ବାଙ୍ଗୋରରୁ ବରପାଳ ନାଏକସାହିକୁ ଫୁଟ୍ ବ୍ରିଜ ନିର୍ମାଣ ଦାବି

ହାଟଡ଼ିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବାଙ୍ଗୋର ପଞ୍ଚାୟତ ବରପାଳ ନାଏକ ସାହିଠାରୁ ବାଙ୍ଗୋର ପଞ୍ଚାୟତକୁ ସବୁଦିନିଆ ପୋଲଟିଏ ନଥ୍‌ବାରୁ ଲୋକେ ହୁଲି ଡ଼ଙ୍ଗା ଉପରେ ନିର୍ଭର କରୁଛନ୍ତି। ବରପାଳ ଗ୍ରାମଟି ବାଙ୍ଗୋର ପଞ୍ଚାୟତରେ  ଥୂବାରୁ  ଗ୍ରାମବାସୀ ସାଳନ୍ଦୀ ନଦୀରେ ହୁଲି ଡ଼ଙ୍ଗା ସାହାଯ୍ୟରେ ସାଳନ୍ଦୀ ନଦୀ ପାରିହୋଇ  ବାଙ୍ଗୋର ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା, ପିଡ଼ିଏସ୍ ସାମଗ୍ରୀ ନେବାପାଇଁ ଆସିଥାନ୍ତି। ବର୍ତମାନ ସମୟରେ ଅନେକ ଗୁଡ଼ିଏ ଯୋଜନା ପଞ୍ଚାୟତ ମଧ୍ୟମରେ କାର୍ଯ୍ୟକାରୀ କରାଯାଉ ଥିବାରୁ ଗ୍ରାମବାସୀ ମାନେ ଅନୀ କାର୍ଯ୍ୟ ପାଇଁ ନଦୀ ପାରହୋଇ ହୋଇ ଯିବାକୁ ପଡୁଛି।  ଅତି ଜରୁରୀ ସମୟରେ  ରାତିଅଧୂଆ ଯିବାକୁ ହେଲେ ସେମାନେ ମଧୁବନ ନିକଟ ନୂଆ ପୋଲଦେଇ ୩/୪ କିଲୋମିଟର ବାଟ ବୁଲି ବାଙ୍ଗୋରକୁ ଯାଉଛନ୍ତି।  ପଞ୍ଚାୟତ ବିଭାଜନ ସମୟରୁ ସେମାନେ ବାଙ୍ଗୋର ପଞ୍ଚାୟତରେ ରହିଆସୁଛନ୍ତି | ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ଵ ପରିବାରଙ୍କ ପାଇଁ ବର୍ଷାଦିନଟି ଅତ୍ୟନ୍ତ କଷ୍ଟଦାୟକ ହୋଇପଡ଼େ । ଏପରିକ ଗତବର୍ଷ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡ ସମୟରେ ଦମକଳ ଯିବା ଅସମ୍ଭବ ହୋଇପଡ଼ିଥିଲା। ଯାତାୟାତରେ ଗ୍ରାମବାସୀଙ୍କ ପାଇଁ  ଉପୁଜୁଥ‌ିବା ସମସ୍ୟାକୁ ନେଇ ଏଠାରେ ଏକ ଫୁଟ୍ ବ୍ରିଜ୍ ନିର୍ମାଣ ଏକାନ୍ତ ଆବଶ୍ୟକ ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଛି। ଗ୍ରାମବାସୀଙ୍କ ପକ୍ଷରୁ କ୍ରମାଗତ ଭାବେ ଅଭିଯୋଗ ଆସିବାରୁ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ପୂର୍ବତନ ସରପଞ୍ଚ  ବସନ୍ତ ପଢ଼ିଆରୀଙ୍କୁ ନେଇ ଉକ୍ତ ସ୍ଥାନ ପରିଦର୍ଶନ କରି ଗ୍ରାମବାସୀଙ୍କ  ଦୁଃଖକୁ ଉପଲବ୍ଧି କରିଥିଲେ। ଆଗମୀ ଦିନରେ ରାଜ୍ୟ ସରକାର ଓ ସମ୍ପୃକ୍ତ ବିଭାଗର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନସଭାରେ ପୋଲ ନିର୍ମାଣ ପ୍ରସଙ୍ଗ ଉପସ୍ଥାପନ କରି ଖୁବଶୀଘ୍ର ସମସ୍ୟାର ସମଧାନ କରିବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ