ରାସ୍ତା ପାଲଟିଛି ମରଣଯନ୍ତ୍ରା: ତୁରନ୍ତ ମରାମତି ପାଇଁ ଦାବି

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକ ଦେଇ ଶିଖରଘାଟ-ବାଲିଭଉଁରୀ ରାସ୍ତା ଯାଇଛି । ଏହି ରାସ୍ତାଟି ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ଅଟେ। ଶିଖରଘାଟ ଠାରେ ଦେବୀନଦୀରେ ସେତୁ ନିର୍ମାଣ ପରେ ଏହି ରାସ୍ତାର ଗୁରୁତ୍ୱ ବୃଦ୍ଧି ପାଇଛି। ରାସ୍ତାଟି ପୂର୍ତ ବିଭାଗ ଅଧିନରେ ରହିଥିବା ବେଳେ ପ୍ରତି ବର୍ଷ ରାସ୍ତା ମରାମତି ଆଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ରାସ୍ତା ଅବସ୍ଥା ସୁଧୁରିବାରେ ନାଁ ଧରୁନି। ଏପରିକି ଶିଖରଘାଟ ଠାରୁ ବାଲି ଭଉଁରୀ ପର୍ଯ୍ୟନ୍ତ ପ୍ରାୟ ୧୮କି.ମି ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇଛି। ବିଶେଷକରି ବଜାର ଓ ଛକ ଗୁଡିକରେ ଅଧିକ ଖଲଖମା ସୃଷ୍ଟି ହୋଇଥିବା ଦେଖଯାଇଛି। ବର୍ତମାନ ବର୍ଷା ଦିନ ଚାଲିଥିବା ବେଳେ ବର୍ଷା ପାଣି ଖାଲଖମାରେ ପୂର୍ଣ୍ଣ ହୋଇ ରହିଛି। ଅଜଣା ଯାତ୍ରୀ ମାନେ ଏହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ବିଭାଗ ପକ୍ଷରୁ ଏହି ଖାଲରେ ଠାଏ ଠାଏ ମେଟାଲ ପକାଯାଇଥିବା ବେଳେ ଉକ୍ତ ମେଟାଲକୁ ଗଦା କରି ରଖାଯାଇଛି। ଯାହାଫଳରେ ରାତିରେ ଗାଡି ଚାଳକମାନେ ଆସିବା ଦ୍ୱାରା ଉକ୍ତ ମେଂଟାଲରେ ପଡୁଥିବା ଦେଖିବାକୁ ମିଳିଛି। ରାସ୍ତାଟି କଟକ,ପୁରୀ ,ପାରାଦୀପ, କେନ୍ଦ୍ରାପଡା,ଅସ୍ତରଙ୍ଗ,କାକଟପୁର ଆଦି ସ୍ଥାନକୁ ସଂଯୋଗ କରୁଅଛି। ବର୍ତମାନ ପୁରୀରେ ରଥ ଯାତ୍ରା ଓ ବିଭିନ୍ନ ପର୍ବପର୍ବାଣି ଚାଲିଥିବା ବେଳେ ବିଭିନ୍ନ ଜିଲାରୁ ଏହି ରାସ୍ତା ଦେଇ ପୁରୀ,କୋଣାର୍କ,କାକଟପୁର ଆଦି ସ୍ଥାନକୁ ଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ରାସ୍ତାଟି ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। କେବଳ ଗାଡି ଚାଳକ ନୁହଁନ୍ତି ପଦଚାରୀମାନେ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟ ସାଧ୍ୟ ହୋଇ ପଡୁଛନ୍ତି। ଏହି ରାସ୍ତା ଦେଇ ବ୍ଳକରେ ୧୬ଟି ପଂଚାୟତର ଜନସାଧାରଣ ସ୍ୱାସ୍ଥ୍ୟ ସେବା,ବ୍ଳକ,ତହସିଲ,ପ୍ରାଣୀ ଚିକିତ୍ସାଳୟ ଆଦିକୁ ଆସୁଛନ୍ତି। କିନ୍ତୁ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ କରାଯାଉ ନଥିବାରୁ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି।ଏହି ରାସ୍ତାକୁ ତୁରନ୍ତ ମରାମତ ପାଇଁ ସମାଜସେବୀ ଅଶୋକ ସ୍ୱାଇଁ,ରବି ପଟ୍ଟନାୟକ, କମ୍ରେଡ ସୁବାସ ସ୍ୱାଇଁ, ଯୁବନେତା ସୁନିଲ ମାଟିଆ ପ୍ରମୁଖ ଦାବି କରିଛନ୍ତି। ଏସଂର୍ପକରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ଏହି ରାସ୍ତା ମରାମତି ପାଇଁ ଟେଣ୍ଡର ସରିଛି କହି ଯୋଗାଯୋଗ ବିଛିନ୍ନ କରି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ