ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ବାଲେଶ୍ବର(ସରୋଜ ପଣ୍ଡା): ରବିବାର ସନ୍ଧ୍ୟା ୬ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ଏହି ଅବସରରେ ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, ଜିଲ୍ଲା ବିଜେପି ସମ୍ପାଦିକା ରବିତା ଦାସ, ଏନ୍‌ଏସି ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା ଓ କୃଷ୍ଣ ଚନ୍ଦ୍ର ସାହା ପ୍ରମୁଖ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବରେ ରେମୁଣା ଏନ୍‌ଏସିର କଂଗ୍ରେସ ଦଳର ୱାର୍ଡ କାଉନସିଲର ପ୍ରାର୍ଥୀ ପରିତୋଷ ମଣ୍ଡଳଙ୍କ ନେତୃତ୍ୱରେ ବିଜୟ ଖଟୁଆ, ଜିତେନ୍ଦ୍ର ମହାଳିକ, ହୃଦାନନ୍ଦ ସାହୁ, ଗୌତମ ମହାନ୍ତି, ଦିପ୍ତୀରଞ୍ଜନ ବେହେରା, ରତିକାନ୍ତ ସାହୁ, ଜୟନ୍ତ ଦାସ, ଗଜେନ୍ଦ୍ର ସାହୁ, ତନ୍ମୟ ବିଶ୍ୱାସ, ସୁଧାଂଶୁ ବେହେରା, ସପନ ଚୌହାନ, ଅନିମେଷ ଭୂୟାଁ, ରବି ରାୟ, ସଞ୍ଜୟ ଦେଶୱାଲୀ, ଜିତ ଦାସ, ବିଜୟ ଦାସ, ରାଜେନ୍ଦ୍ର ଦଳେଇ, ଅଜୟ ମଣ୍ଡଳ, ଜଗନ୍ନାଥ ବେହେରା, ସର୍ବଜୀତ ବେହେରା, ଭୁବନ ଗିରି, ବିଶ୍ୱଜିତ ବିଶ୍ୱାସ, ଜୟକୃଷ୍ଣ ପଡ଼ିହାରୀ, ହରିଶ୍ଚନ୍ଦ୍ର ସେଠୀ, ମିରୀଲାଲ ମୁଖାର୍ଜୀ, ରାଜେଶ କାଞ୍ଜିଲାଲ ଓ ରାଜେଶ ଦାସଙ୍କ ସମେତ ବହୁ କର୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ନବ ଯୋଗଦାନକାରୀ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକକଲ୍ୟାଣମୂଳକ କାର୍ଯ୍ୟ ଓ ସେବାଭାବରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିବା କହିଥିଲେ। ଉପସ୍ଥିତ ନେତୃବୃନ୍ଦ ସେମାନଙ୍କୁ ଦଳୀୟ ଉତ୍ତରୀୟ, ମିଠା ଖୁଆଇ ସ୍ୱାଗତ ଜଣାଇଥିଲେ ଏବଂ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ