କୁରୁଡା ମଠସାହି ରାସ୍ତା ପ୍ରକଳ୍ପର ଶୁଭ ଶିଳାନ୍ୟାସ
ବାଲେଶ୍ବର(ସରୋଜ ପଣ୍ଡା) : ଖାନନଗର ଠାରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଦତ୍ତ କୁରୁଡା ମଠସାହି ରାସ୍ତା ପ୍ରକଳ୍ପର ଶୁଭ ଶିଳାନ୍ୟାସ କରାଯାଇଥିଲା। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପ୍ରତିନିଧି ରେମୁଣା କାର୍ତ୍ତିକ ଚନ୍ଦ୍ର ଗିରି, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦ୍ବିବେଦୀ, ଖାନନଗର ସରପଞ୍ଚ ଅଞ୍ଜନ ନାୟକ, ସମିତି ସଭ୍ୟା ରଶ୍ମିରାଣୀ ଦାସ, ପଞ୍ଚାୟତ ସଭାପତି ସନ୍ୟାସୀ ମହାନ୍ତି, ପୂର୍ବତନ ସରପଞ୍ଚ ବିରୁପକ୍ଷ ମହାପାତ୍ର, ନୟବ ସରପଞ୍ଚ ବିଶ୍ୱଜିତ୍ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ଦିନର ଲୋକଙ୍କ ଆଶା ଆଜି ପୁରାଣ ହେଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି ରାସ୍ତା ଉପରେ ନିର୍ଭର ଥିବା ବହୁ ଅଞ୍ଚଳର ଲୋକେ ଉପକୃତ ହେବେ। ଅନ୍ୟ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ରାଉତ, ଅମିତ୍ ସେନାପତି, ହିରନ୍ମୟ ପରିଡ଼ା, ଲକ୍ଷ୍ମୀଧର ନାୟକ, ବିଜୟ ମିଶ୍ର, ସୁରେଶ ସ, ଜଗନ୍ନାଥ ପୁହାଣ, ଶୈଳେଶ ସ, ନାଲୁ ସିଂ, ନିରଞ୍ଜନ ଦାସ, ବିଜୟ କୁମାର ଦାସ, ରବୀନ୍ଦ୍ର ସେଠୀ ଇତ୍ୟାଦି ଉପସ୍ଥିତ ଥିଲେ।