ସରିଲା ବେସ୍‍ଲାଇନ୍‍-୨ ପରୀକ୍ଷା: ଆସିକାର ୩୧ଟି ହାଇସ୍କୁଲରେ ପରୀକ୍ଷା ଦେଲେ ୭୮୪ ପରୀକ୍ଷାର୍ଥୀ

ଆସିକା (ୱାଇଏନ୍‍ଏସ୍‍) :ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ମାଟ୍ରିକ ଏ-୧ ଓ ଏ-୨ ଏବଂ ବି-୧ ଓ ବି-୨ ଛାତ୍ରଛାତ୍ରୀଙ୍କୁ ନେଇ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ୩ଟି ବେସ୍‍ଲାଇନ୍‍-୨ ପରୀକ୍ଷା ମଙ୍ଗଳବାର ଶେଷ ହୋଇଯାଇଛି । ଆସିକା ବ୍ଳକ ଓ ଏନ୍‍ଏସ୍‍ ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩୧ଟି ହାଇସ୍କୁଲରେ ସମୂଦାୟ ୭୮୪ ଜଣ ଛାତ୍ରଛାତ୍ରୀ ଏହି ବେସ୍‍ଲାଇନ୍‍-୨ ପରୀକ୍ଷା ଦେଇଥିବା ଜଣାପଡିଛି । ଛାତ୍ରଛାତ୍ରୀମାନେ ନିଜ ନିଜ ହାଇସ୍କୁଲରେ ୩୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ଓ ୨୦ ମାର୍କ ଦୀର୍ଘ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବିଦ୍ୟାର୍ଥୀମାନଙ୍କ ମନୋବଳକୁ ବୃଦ୍ଧି କରିବା ପାଇଁ ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା । ଗତ ଅଗଷ୍ଟ ମାସ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବେସ୍‍ଲାଇନ୍‍ ୁପରୀକ୍ଷାରେ ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ଉଚ୍ଚ ବିଦ୍ୟାଳୟରୁ ୧୯୭୦ ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫୧ ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିବାରୁ ୧୯୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆସିକା ଅଞ୍ଚଳରେ ଥିବା ୩୩ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩୧ଟି ହାଇସ୍କୁଲରେ ଏ-୧ ଗ୍ରେଡରେ ୫ ଜଣ, ଏ-୨ ଗ୍ରେଡରେ ୬୧ ଜଣ, ବି-୧ ଗ୍ରେଡରେ ୨୯୦ ଜଣ, ବି-୨ ଗ୍ରେଡରେ ୪୫୪ ଜଣ ପାସ୍‍ ହୋଇଥିଲେ । ସେମାନଙ୍କୁ ଶିକ୍ଷାବିଭାଗ ପକ୍ଷରୁ ଏହି ବେସ୍‍ଲାଇନ୍‍-୨ ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ଦିଆଯାଇଥିଲା । ଗତ ଅଗଷ୍ଟ ମାସରେ ହୋଇଥିବା ବେସ୍‍ଲାଇନ୍‍ ପରୀକ୍ଷାରେ ଆସିକା ଅଞ୍ଚଳର ୨ଟି ସରକାରୀ ହାଇସ୍କୁଲରେ ଜଣେ ବି ପରୀକ୍ଷାର୍ଥୀ କେଉଁ ପରିସ୍ଥିତିରେ ଏ-୧, ଏ-୨, ବି-୧, ବି-୨ ଗ୍ରେଡରେ ପାସ୍‍ ହୋଇପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୩ଦିନିଆ ବେସ୍‍ଲାଇନ୍‍-୨ ପରୀକ୍ଷା ମଙ୍ଗଳବାର ଶେଷ ହୋଇଥିଲା ବେଳେ ଏହି ପରୀକ୍ଷା ଦେବା ପାଇଁ ୮୧୦ ଜଣ ମନୋନୀତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣ ଅନୁପସ୍ଥିତ ରହିବାରୁ ୭୮୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ବେସ୍‍ଲାଇନ୍‍ ପରୀକ୍ଷାରେ ୨ଟି ସରକାରୀ ହାଇସ୍କୁଲରେ ମେଧାବୀ ବିଦ୍ୟାର୍ଥୀଙ୍କ ଫଳାଫଳ ଆଶାନୁରୂପ ନହେବା ଏବଂ ବେସ୍‍ଲାଇନ୍‍-୨ ପରୀକ୍ଷାରେ ୨୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ନିଶ୍ଚିତ ଭାବେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଘଟଣାର ସମୀକ୍ଷା ଓ ତର୍ଜମା କରାଯିବ । ଉଚ୍ଚ ବିଦ୍ୟାଳୟ ଗୁଡିକରେ ଦଶମ ଶ୍ରେଣୀରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ଓ ଶତ ପ୍ରତିଶତ ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେସ୍‍ଲାଇନ୍‍ ପରୀକ୍ଷା ଓ ବେସ୍‍ଲାଇନ୍‍-୨ ପରୀକ୍ଷାକୁ ସଚେତନ ନାଗରିକ ଓ ବୁଦ୍ଧିଜିବୀ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ସହ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଡଃ ପ୍ରଭାତୀ ମହାପାତ୍ର, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ରାମଚନ୍ଦ୍ର ମହାରଣା, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ନୋଡାଲ୍‍ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଅନୁଷ୍ଠିତ ହୋଇଥିବା ଏହି ବେସ୍‍ଲାଇନ୍‍-୨ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ରାମକୃଷ୍ଣ ପଣ୍ଡା, ଚିତ୍ତରଂଜନ ଷଡଙ୍ଗୀ, ମିନତୀ କୁମାରୀ ପାତ୍ର, ରମାକାନ୍ତ ମହାନ୍ତି, ସରୋଜକାନ୍ତ ମିଶ୍ର, ରାଜୀବ ଲୋଚନ ସେଠୀ, ସୁପ୍ରଭା ସିୟ, ପ୍ରଦୀପ୍ତ କୁମାର ସାମନ୍ତରାୟ, ଲବ ସେଠୀ, ପ୍ରଜ୍ଞା ପରମିତା ପଣ୍ଡାଙ୍କ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ