ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ : ଯାତାୟାତରେ ଅସୁବିଧା

ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ଗ୍ରାମ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି। ଦୀର୍ଘ ଦିନ ହେବ ଏହି ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ରାସ୍ତା ମଝିରେ ବିଦ୍ୟୁତ ଖୁଂଟ ଥିବାରୁ ତାହା ଯାତାୟାତରେ ବାଧକ ସୃଷ୍ଟି କରୁଛି। ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟିବାର ନଜିର ମଧ୍ୟ ରହିଛି। ଉକ୍ତ ରାସ୍ତା ନିର୍ମାଣ ପୂର୍ବରୁ ବିଦ୍ୟୁତ ବିଭାଗ ଦ୍ୱାରା ଉକ୍ତ ପଂଚାୟତକୁ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଖୁଂଟ ପକାଯାଇଥିଲା। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଉକ୍ତ ରାସ୍ତାକୁ ସଂପ୍ରସାରଣ କରାଯିବା ସହ ପୁନଃନିର୍ମାଣ କରାଯାଇଥିଲା। ରାସ୍ତା ସଂପ୍ରସାରଣ ଫଳରେ ବଛାଳୋ ଗ୍ରାମ ଆରମ୍ଭରୁ ବଛାଳୋ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୫ ରୁ ୬ ଟି ବିଦ୍ୟୁତ ଖୁଂଟ ରାସ୍ତା ମଧ୍ୟରେ ରହିଛି। ରାସ୍ତା ନିର୍ମାଣ ସମୟରେ ବିଭାଗ ତରଫରୁ ଖୁଂଟକୁ ନ ହଟାଇ ରାସ୍ତା ନିର୍ମାଣ କରାଯାଇଛି। ଯାହାଫଳରେ ରାସ୍ତା ମଧ୍ୟରେ ଖୁଂଟ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଅଜଣା ଲୋକ ରାତି ସମୟରେ ଗାଁ ମଧ୍ୟରେ ପଶିଲେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ରାସ୍ତା ମଧ୍ୟରେ ଥିବା ଖୁଂଟକୁ ସ୍ଥାନାନ୍ତର କରିବା ପାଇଁ ବଛାଳୋ ପଂଚାୟତର ସମିତି ସଭ୍ୟ ଚନ୍ଦନ କୁମାର ଲେଙ୍କା, ଅଜୟ ଲେଙ୍କା, ଅକ୍ଷୟ ଲେଙ୍କା, ସୁନିଲ ଲେଙ୍କା, ଚିନ୍ମୟ ଲେଙ୍କା, ଅଭିମନ୍ୟୁ ମହାପାତ୍ର , ରଂଜିତ ଲେଙ୍କା, ପ୍ରିୟବତ୍ର ଲେଙ୍କା ଆଦି ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରେିବାରେ ବିଦ୍ୟୁତ ବିଭାଗ ସହିତ କଥା ହୋଇ ଉକ୍ତ ଖୁଂଟକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ