ସେବାପର୍ବ -୨୦୨୫ ଉପଲକ୍ଷେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ “ସେବାପର୍ବ- ୨୦୨୫” ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ବୃତ୍ତିଗତ ଚିତ୍ରକରମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସଦର ମହକୁମାସ୍ଥିତ କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅୟୋଜିତ ହୋଇଯାଇଛି। “ବିକଶିତ ଭାରତ-୨୦୪୭’ ଶୀର୍ଷକରେ ଅୟୋଜିତ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଚିତ୍ରକରମାନେ ରଙ୍ଗ ତୁଳୀ ମାଧ୍ୟମରେ ନିଜ ସୃଜନଶୀଳତା ଏବଂ ପ୍ରତିଭା ପ୍ରଦର୍ଶନ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ଚିତ୍ରକର ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରଘୁନାଥ ବେହେରା ବିଚାରକ ହିସାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିବା ସହିତ ଭବିଷ୍ୟତରେ କିପରି ନିଜର ସୃଜନଶୀଳତାକୁ ଆହୁରି ଦୃଢ କରିପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ। ବୃତ୍ତିଗତ ଚିତ୍ରକର ବର୍ଗରେ ଶତାବ୍ଦୀ ରାଉତରାୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଭଞ୍ଜନ ପଣ୍ଡା ଏବଂ ମହେଶ୍ୱର ଦାସ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରକରମାନଙ୍କର ଚିତ୍ର ଆସନ୍ତା ୨୮ ସେପ୍ଟେମ୍ବରରେ ଅୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାରେ ପ୍ରଦର୍ଶିତ ହେବ। ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ