ପୁଅ ଆକ୍ରମଣରେ ବାପ ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ

ହାଟଡିହି (ଓ୍ବାଇଏନଏସ): ଜମିବାଡି ବିବାଦକୁ କେନ୍ଦ୍ରକରି  ପୁଅର ଆକ୍ରମଣରେ ବାପ ହୋଇଛି ଗୁରୁତର।  ଏଭଳି ଘଟଣା ଘଟିଛି   ହାଟଡିହି ବ୍ଲକ ନନ୍ଦିପଦା ଥାନା ସୁଲଣ ଗାଁରେ।   ଗ୍ରାମର ବିଦ୍ୟାଧର ଜେନା ଆଜି ଧାନବିଲରେ କାମ କରିବା ସମୟରେ ଜମିବାଡି ଭାଗବଣ୍ଟାକୁ କେନ୍ଦ୍ରକରି ସାନପୁଅ ଗନ୍ଧର୍ବ ପାଟିତୁଣ୍ଡ କରିଥିଲା। ଏପରିକି ଗନ୍ଧର୍ବ ଓ ତା ସ୍ତ୍ରୀ ମିଶି ବିଦ୍ୟାଧରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ।  ଏଥିରେ  ବିଦ୍ଯାଧର ଗୁରୁତର ହୋଇଛନ୍ତି। ନନ୍ଦିପଦା ଥାନାରେ ଅଭିଯୋଗ କଲାପରେ  ପୋଲିସ୍ ବିଦ୍ଯାଧରଙ୍କୁ ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ  ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି । ପିଟାମରା କରିବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ