ପ୍ରତିଭା ଆବାସିକ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌର ପରିଷଦସ୍ଥିତ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ବିଦ୍ୟାର୍ଥୀମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନର ମୁଖ୍ୟ ଚିନ୍ମୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ  ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ବିଦ୍ୟାର୍ଥୀମାନଙ୍କୁ ଆନ୍ତରିକ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ର ପ୍ରତିଷ୍ଠାତା ତଥା ସଫଳ ଟ୍ରେନର ହାବିଲଦାର ସିମାଞ୍ଚଳ ବାରିକ ଯୋଗଦେଇ ବିଦ୍ୟାର୍ଥୀମାନେ ନିଷ୍ଠା ଓ ଏକାଗ୍ରତାର ସହ ପାଠପଢ଼ିବା ସହ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ଭବିଷ୍ୟତ ଗଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୁଚିତ୍ରା ପାଣିଗ୍ରାହୀ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା ଓ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହାଦ୍ୱାରା ଅନ୍ୟ ବିଦ୍ୟାର୍ଥୀମାନେ ମଧ୍ୟ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ପ୍ରେରଣା ପାଇଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ କରିବା ସହ ପୁରୁଣା ଓ ନୂତନ ବିଦ୍ୟାର୍ଥୀଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦ୍ୟ ବୃଦ୍ଧି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଡାଇରେକ୍ଟ ର ମୁନ୍ମୟ କୁମାର ଦାଶ ଅଧ୍ୟାପକ / ଅଧ୍ୟାପିକା , କର୍ମଚାରୀ, ଅଭିଭାବକ ଓ ବହୁ ସଂଖ୍ୟକ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ