୯.୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୯.୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ ଓ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ନିମପୁର ଗ୍ରାମର ରାଜେଶ କୁମାର ସେଠି (୨୫)ଙ୍କ ପାଖରୁ ୫୦ ଗ୍ରାମ ବ୍ରାଉନସୁଗାର ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ୱାର୍ଡ ନମ୍ବର-୧୩ ଅଂଚଳର ସଖାୱାତ ଅଲି ଖାନ (୩୨)ଙ୍କ ପାଖରୁ ୪୬ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୯.୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଛାୟାକାନ୍ତ ନାୟକ, ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଧର୍ମପଦ ଦାସ, ସହକାରୀ ଉପ ନିରୀକ୍ଷକ ସୁନୀଲ କୁମାର ମିଶ୍ର, ଟୁକୁନା ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ