ଦୁର୍ଗାପୂଜା ପାଇଁ କଳସ ଯାତ୍ରା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ରାତି ପାହିଲେ ଜଗତଜନନୀ ମାଆ ଦୂର୍ଗାଙ୍କ ମହା ସପ୍ତମୀ ପୂଜା, ଏହି ଅବସରରେ ବିଭିନ୍ନ ଶକ୍ତି ପୀଠ ସହିତ ପୂଜା ମଣ୍ଡପ ଗୁଡିକ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଲାଣି, କଳା ସଂସ୍କୃତିର ସହର ବେଲଗୁଣ୍ଠାରେ ମଧ୍ୟ ମାଆଙ୍କ ଆରାଧନା ପାଇଁ ବହୁ ପୂଜା ମଣ୍ଡପ ସଜାଇ ହେଲାଣି, ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା କଂସାରୀ ସାହିରେ ଚଳିତ ବର୍ଷର ଦୂର୍ଗା ପୂଜା ପାଇଁ ଆଜି ଷଷ୍ଠୀ ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମରେ କଂସାରୀ ସାହିର ତିରିଶରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷ ପୋଖରୀରୁ ଜଳ ଆଣି କଳସ ଧାରଣ କରି ନଗର ପରିକ୍ରମା କରିଥିଲେ, ନଗର ପରିକ୍ରମା ସମୟରେ ହୁଳହୁଳି ଏବଂ ହରିବୋଲ ଶବ୍ଦରେ ସହର ପ୍ରକମ୍ପିତ ହୋଇଥିଲା, ପାରମ୍ପରିକ ରୀତିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଆଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା, ଏଥିରେ କଂସାରୀ ସାହି ବାସୀନ୍ଦା ଏବଂ ବେଲଗୁଣ୍ଠା ପ୍ରେସକ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ, ଆସନ୍ତା କାଲି ସପ୍ତମୀ ପୂଜା ହେବାକୁ ଥିବା ବେଳେ ଏଥିରେ କର୍ତ୍ତା ରୂପେ ଅବିନାଶ ଚୌଧୂରୀ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି, ଆସନ୍ତା ରବିବାର ଦିନ ଦେବୀଙ୍କ ବିସର୍ଜ୍ଜନ ଅନୁଷ୍ଠିତ ହେବ.


