ଆତ୍ମହତ୍ୟାର ସାତଦିନ ପରେ ସୁଇସାଇଡ ନୋଟ ଜବତ କରିଲା ପୋଲିସ

ବେତନଟୀ ( ଉଦିତ କୁମାର ପରିଡା ) : ବେତନଟୀ ଥାନା ଅଧୀନ ଏସଏସ ମହୁଲିଆର ସୁବାସ ବୋଷ ଛକ ନିକଟରେ ସାଇଜଗନ୍ନାଥ ଦାଶମହାପାତ୍ର ଙ୍କ ପତ୍ନୀ ହିରଣମଇ ସ୍ୱାଇଁ (୨୯) ଗତ ୨୦ ତାରିଖ ଦିନ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବାର ୭ ଦିନ ପରେ ଗତ ଶୁକ୍ରବାର ଦିନ ବେତନଟୀ ପୋଲିସ ମୃତକଙ୍କ ଶାଶୁ ଘରୁ ପୁନର୍ବାର ଆଉ ଏକ ସୁଇସାଇଡ ନୋଟ ଜବତ କରିଛି। ଏହି ନୋଟରେ ହିରଣମଇ ସ୍ୱାଇଁ ଲେଖିଛନ୍ତି କି ମୁଁ ମେରେଜ ପାଇଁ ରେଡି ନ ଥିଲି, ଘର ଲୋକ ବହୁତ ଫୋର୍ସ କରିଲେ, ମୁଁ ଯେତେ କହିଲେବି ମୋ କଥା ଶୁଣିଲେନି,ମତେ ବିଝେଇବା ପାଇଁ ଚେଷ୍ଟା କରିଲେ, ମତେ ଆଉ କିଛି ଦିନ ଟାଇମ ଦେଲେନାହିଁ, ସେଥିପାଇଁ ମୁଁ ସୁଇସାଇଡ କରିଦେଲି ବୋଲି ନୋଟ ରେ ଲେଖାଥିଲା। ପୋଲିସ ଏହି ନୋଟ ଜବତ କରିଲା ପରେ ସାଇଣ୍ଟିଫିକ ଟିମ ଙ୍କ ଦ୍ୱାରା ଫିଙ୍ଗର ପ୍ରିଣ୍ଟ ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣା ପଡିଛି। ସୂଚନା ଯୋଗ୍ୟ ମୃତ ହିରଣମଇ ସ୍ୱାଇଁ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ତାଙ୍କ ଭାଉଜ ସୂଚିତା ମହାପାତ୍ର ଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ କେସ ନଂ ୩୩୦/୨୦୨୫ ରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗରେ ଶାଶୁ ଉଷାମାଣି ମହାପାତ୍ର ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ