ଓପିଏସ୍ସି ପରୀକ୍ଷାରେ ସଫଳତା ପାଇଲେ ଆସିକା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମନିଷା
ଆସିକା (ୱାଇଏନ୍ଏସ୍) : ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ୨୦୨୩ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏହି ପରୀକ୍ଷାରେ ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ସମାଜବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ମନିଷା ନାୟକ ସାରା ରାଜ୍ୟରେ ୩୩ତମ ର୍ୟାଙ୍କରେ ରହିଛନ୍ତି। ସେ ନିଜର ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଥିବା ଜଣାପଡିଛି। ଡୁରା ସ୍ଥିତ ରାମ ନାରାୟଣ ଡିଗ୍ରୀ କଲେଜର ବାଣିଜ୍ୟ ବିଭାଗର ଅଧ୍ୟାପକ ଡଃ ସୁଧାଂଶୁ ଶେଖର ନାୟକ ଓ ଗୃହିଣୀ ମମତା ଗନ୍ତାୟତଙ୍କ ସୁକନ୍ୟା ମନିଷା ନାୟକ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ଥିବା ବେଳେ ବିଭିନ୍ନ ପରୀକ୍ଷାରେ ଅତୀତରେ କୃତିତ୍ୱର ସହ କୃତକାର୍ଯ୍ୟ ହୋଇଥିଲେ। ଯୁବାବସ୍ଥାରୁ ସେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଆଶା ବାନ୍ଧି ରଖି ମେଧାବୀ ମନିଷା ନାୟକ ଗତ ୨୦୨୩ ମସିହାରୁ ପ୍ରଶାସନିକ ପରୀକ୍ଷାର ପ୍ରସ୍ତୁତି ଜାରି ରଖିଥିଲେ। ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା ମେଧାବୀ ମନିଷା ନାୟକ ବର୍ତ୍ତମାନ ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ସମାଜବିଜ୍ଞାନ ପାଠ୍ୟକ୍ରମର ଅତିଥି ଅଧ୍ୟାପିକା ରୂପେ କାର୍ଯ୍ୟ କରୁଥିବା ଜଣାପଡିଛି। ନିଜର ଏହି ସଫଳତାର ଶ୍ରେୟ ଅଧ୍ୟାପିକା ମନିଷା ନାୟକ ନିଜର ପିତାମାତା, ଗୁରୁଜନ, ପରିବାରବର୍ଗ ଓ ଶିକ୍ଷକ ମାନଙ୍କୁ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଲକ୍ଷ୍ୟ ରଖିବା ସହ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ତୃଣମୂଳ ସ୍ତରରେ ଶିକ୍ଷା ଓ ଜନସେବାକୁ ଗୁରୁତ୍ୱ ଦେବା ସାଙ୍ଗକୁ ଲୋକଙ୍କ ସମସ୍ୟାର ତ୍ୱରିତ୍ ସମାଧାନ କିପରି ହୋଇପାରିବ ତାହାକୁ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଛନ୍ତି। ଓସିଏସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ମନିଷା ନାୟକଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଥିଲା ବେଳେ ପରିବାର, ଗୁରୁଜନ ଓ ଶିକ୍ଷକ ମାନଙ୍କ ପ୍ରେରଣା ସାଙ୍ଗକୁ ନିଷ୍ଟା ଓ ଅଧ୍ୟବସାୟ ହିଁ ତାଙ୍କ ସଫଳତାର ଚାବିକାଠି ବୋଲି କରିଛନ୍ତି। ଓସିଏସ୍ ପରୀକ୍ଷାରେ ସଫଳତା ପାଇଥିବା ଅଧ୍ୟାପିକା ମନିଷା ନାୟକଙ୍କୁ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀ, ଅଧ୍ୟାପକ କେ.ଓମ୍ ନାରାୟଣ ରାଓ, ଡଃ ସୁପ୍ରିୟା ଦାଶ, ଡଃ ଲିନା ଲିଲିୟାନ୍, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ଡଃ ପ୍ରମୋଦ ତିଆଡି, ଶ୍ରୀମତୀ ଭାରତୀ ପ୍ରଧାନ, ସୁଶ୍ରୀ ଚାନ୍ଦିନୀ ସେଠୀ, ସୁଶ୍ରୀ ପ୍ରତିଭାରାଣୀ ନାୟକ, ସୁଶ୍ରୀ ଶ୍ରଦ୍ଧାଞ୍ଜଳୀ ମଲିକ, ବି.ପାଣ୍ଡବ ରେଡି, ଜଗନ୍ନାଥ ସାମଲ, ଶ୍ରୀବାସ ପାତ୍ର, ସୁଶ୍ରୀ ରଶ୍ମୀ ରଂଜିତା ଲେଙ୍କା, ଶ୍ରୀମତୀ ମମତା ନିଶାଙ୍କ, ସୁଶିଲ୍ କୁମାର ଆଚାର୍ଯ୍ୟ, ସୁଶ୍ରୀ ସେଫାଳୀ ସୁଚରିତା ପ୍ରଧାନ, ଚିନ୍ମୟ କୁମାର ବାରିକ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ପ୍ରଦୀପ କୁମାର ସାହୁ, ସୁଶ୍ରୀ କ୍ରିଷ୍ଣା କୁମାରୀ ପାତ୍ର, ଶ୍ରୀମତୀ ଇତିଶ୍ରୀ ପଣ୍ଡାଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା, ଶୁଭେଚ୍ଛୁ, ଗୁରୁଜନ ଅଭିନନ୍ଦନ ଓ ଶୁଭେଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି। ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ଅଧ୍ୟାପିକା ମନିଷା ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ବେଳେ ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ ମନୋବଳ ତାଙ୍କୁ ଏହି ସଫଳତା ଦେଇଥିବା ଜଣାପଡିଛି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଯେକୌଣସି ବିଭାଗର ଦାୟିତ୍ୱ ମିଳିଲେ ପ୍ରଶାସନିକ କ୍ଷେତ୍ରରେ ସେ ଲୋକଙ୍କୁ ସେବା ଯୋଗାଇବା ସହ ମହିଳା ସଶକ୍ତିକରଣ, କୃଷି ଓ କୃଷକ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରାଧାନ୍ୟ ଦେବା ଦିଗରେ ନିଜର ପ୍ରୟାସ ସଦାସର୍ବଦା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।


