ଜୟପୁର ଟି ପି ଏସ ଓ ଦି ଏଲ ତରଫରୁ ମା ଦୁର୍ଗା ଙ୍କ ପୁଜା ମହାସମାରୋହରେ ପାଳିତ

ଜୟପୁର, (ହେମନ୍ତ ପାଣିଗ୍ରାହୀ) : ମା’ ଦୁର୍ଗା ପୂଜା କମିଟି, ପାୱାର ହାଉସ୍, ଜୟପୁର ପକ୍ଷରୁ ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ମନ୍ମଥ ନାଥ ମିଶ୍ର,ବୟଜ୍ୟେଷ୍ଠ ଉପସଭାପତି ଶ୍ରୀଯୁକ୍ତ ଟି. ତପନ ରଶ୍ମି ସୁବୁଦ୍ଧି,ଉପସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ଶ୍ରୀ ରୂପକ କୁମାର ଦାସ ଓ ଉପଦେଷ୍ଟା ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ବରୁଣ ଚୌଧୁରୀଙ୍କ ସୂଚନା ଅନୁଯାଇ ମା’ ଦୁର୍ଗା ପୂଜା କମିଟି, ପାୱାର ହାଉସ୍, ଜୟପୁର ୫୪ତମ ଶାରଦୀୟ ଦୁର୍ଗା ପୂଜା ବିଦ୍ୟୁତ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସେବା ଓ ଦାନରେ ଉତ୍ସାହର ସହିତ ପାଳନ କରିଛନ୍ତି। ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି ,ଆସନ୍ତା ଗୁରୁବାରେ ବିଜୟା ଦଶମି ପୂଜା ବିଧିବଧ ଭାବେ ଅନୁଷ୍ଠିତ ହେବ ଏବଂ ଏବର୍ଷର ମୁଖ୍ୟ ଆକାର୍ଷଣ ହେଉଛି ଚାରିଧାମ ଓ ବାବା ଗୁପ୍ତେଶ୍ବର ପିଠର ଦୃଶ୍ୟାବଳୀ। ଶେଷରେ ମୁଖ୍ୟ ପୂଜକ ମନୁ ଗୁରୁଜୀ ଓ ସୌମ୍ୟ ରଞ୍ଜନ ଲେଙ୍କା ମା’ ଙ୍କ ଆଶ୍ରିବାର୍ଦ ରୁ ଏ ବର୍ଷ ପୂଜା ଶାନ୍ତି ଶୃଙ୍ଖଳାରେ ଚାଲିଥିବାର ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ