ମାଁ ଟିକାଚନ୍ଦ୍ରୀ ଦେବୀ ପୀଠରେ ବିଧାୟକଙ୍କ ପୂଜାର୍ଚ୍ଚନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ନିକଟସ୍ଥ ଗାଇଡା ପର୍ବତ ପାଦଦେଶରେ ବିରାଜିତ ଶ୍ରୀ ଶ୍ରୀ ମା’ ଟିକାଚନ୍ଦ୍ରୀ ଶକ୍ତିପୀଠରେ ନବରାତ୍ରି ପୂଜା ମହା ସମାରୋହରେ ପାଳିତ ହେଉଛି। ପ୍ରତ୍ୟେହ ଚଣ୍ଡୀପାଠ,୧୦୮ ଆଳତି,ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା,ହୋମଯଜ୍ଞ ସହ ଅନ୍ନଯଜ୍ଞ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଏଠାରେ ଉତ୍ସାହି ଯୁବତୀ ଯୁବକ ଙ୍କ ଦାଣ୍ଡିଆ ଓ ଗରବା ନୃତ୍ୟ ଗୀତ ପରିବେଷଣ ବେଶ ଉପଭୋଗ୍ୟ ହେଉଛି। ଏକଦା ପାହାଡ଼ ଶୀର୍ଷରେ ପୂଜା ପାଉଥିବା ମା ‘ ପ୍ରତ୍ୟକ୍ଷ ଦେବୀ ଭାବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଶ୍ୱାସ ରହିଛି। ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଘଞ୍ଚ ଜଙ୍ଗଲ ରାସ୍ତାରେ ପାହାଡ଼ ଶୀର୍ଷ କୁ ଯାଇ ପ୍ରତିଦିନ ମା ‘ ଙ୍କୁ ପୂଜାର୍ଚ୍ଚନା କରିବା ସମ୍ଭବ ନହେବାରୁ ଅଞ୍ଚଳବାସୀ ଙ୍କ ସହଯୋଗରେ ପାହାଡ ପାଦଦେଶ ରେ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମାଁ’ ଟିକାଚନ୍ଦ୍ରୀ ଶକ୍ତିପୀଠ ରେ ପହଞ୍ଚି ପୂଜାର୍ଚ୍ଚନା କରି ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିବା ସହ ମନ୍ଦିରର ଉନ୍ନୟନ ନିମନ୍ତେ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ପୂଜା ମହୋତ୍ସବ କମିଟି ର ପରିଚାଳକ ତଥା ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ,ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ,ଶିବାନନ୍ଦ ପାଣିଗ୍ରାହୀ , ବିଜେପି ଭୀଷ୍ମଗିରି ମଣ୍ଡଳ ସମ୍ପାଦକ କେ . ନରସିଂହ ପାତ୍ର , ବିଜେପି ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି ବାପି ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାପରେ ବିଧାୟକ ଦିଗପହଣ୍ଡି ଅଞ୍ଚଳ କଲୋନୀ ସିଂହ ବାହିନୀ ପୂଜା କମିଟି ପକ୍ଷରୁ ଆୟୋଜିତ ଦୂର୍ଗାପୂଜା ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପରିଶେଷରେ ଦିଗପହଣ୍ଡି ସହର ର ଆରାଧ୍ୟ ଦେବୀ ମା ‘ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ମା’ ଙ୍କ ନିକଟରେ ଜଗତର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରି ଫେରିଥିଲେ । ବିଜେପି ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ , ବ୍ରହ୍ମପୁର ଏମ ପି ପ୍ରତିନିଧି ଭବାନୀ ଶଙ୍କର ପଣ୍ଡା , ବିଜେପି ନଗର ସଭାନେତ୍ରୀ ସୁଷମା ଗୈାଡ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।