ପୁରାତନ ଛାତ୍ର ସଙ୍ଗଠନ ଓ ଗାନ୍ଧି ସ୍ମୃତି କମିଟି ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳନ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା): ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ ରେ ଥିବା ଦେଶବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଙ୍ଗଠନ ଓ ଗାନ୍ଧି ସ୍ମୃତି କମିଟି ପକ୍ଷରୁ ଗାନ୍ଧି ଜୟନ୍ତୀ ପାଳନ ଓ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ରାଜଲକ୍ଷ୍ମୀ ଦାସ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତିରଂଜନ ନାୟକ ଗାନ୍ଧି ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ରେ ଧୂପ ଦୀପ ପୁଷ୍ପ ମାଲ୍ୟାଅର୍ପଣ କରିଥିଲେ । ଗାନ୍ଧି କମିଟିର ସଭାପତି ଶ୍ରୀଯୁକ୍ତ ଧନେଶ୍ଵର ବେହୁରା ଙ୍କ ସଭାପତିତ୍ବରେ ସ୍କୁଲ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଲ୍ ମୁନିୟମ କମିଟି ର ସଭାପତି ଶ୍ରୀ ଯୁକ୍ତ କମଳାକାନ୍ତ କୁଅଁର , ଗାନ୍ଧି ସ୍ମୃତି କମିଟିର ଆବାହକ ଶ୍ରୀ ଯୁକ୍ତ ପ୍ରମୋଦ କୁଅଁର , କୋଷଧକ୍ଷ ଶ୍ରୀ ଯୁକ୍ତ ଭୀମସେନ ଜେନା ଉକ୍ତ ବୈଠକରେ ଉପସ୍ଥିତ ରହି ଗାନ୍ଧିଜୀଙ୍କ ନୀତି ଆଦର୍ଶ ସମ୍ପର୍କରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଆଲୋକପାତ କରିଥିଲେ । ସ୍କୁଲ୍ ର ଶ୍ରେଣୀ ଗୃହ ନିର୍ମାଣ ପାଇଁ ସାଂସଦ ଓ ବିଧାୟକ ଙ୍କ ପାଣ୍ଠିରୁ ମିଳିଥିବା ଅନୁଦାନରେ କାର୍ଯ୍ୟ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପ୍ରଭାକର ପାତ୍ର, କାଳନ୍ଦୀ ସାହୁ, ସନାତନ ସାହୁ, ସନ୍ତୋଷ ରାଉତ୍, ଦିଲ୍ଲୀପ ଓଝା, ବାନାମ୍ବର ସାହୁ, ଭ୍ରମରବର ବାରିକ, ନିରଞ୍ଜନ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଶଙ୍କର ପ୍ରାସାଦ ସାହୁ, ଶରତ ଚନ୍ଦ୍ର ଦଳାଇ, କାଳନ୍ଦୀ ଚରଣ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ