ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ସମ୍ଭବ -୨୦୨୫ ଅଳ୍ପନା ଦ୍ଵାରା ଦିଲ୍ଲୀରେ ଆୟୋଜିତ

ବାଲେଶ୍ବର(ସରୋଜ ପଣ୍ଡା): ଆସନ୍ତା ଅକ୍ଟୋବର ୪ ଓ ୫ ଦୁଇଦିନ ଧରି ଭାରତ ଅନ୍ତର୍ଜାତୀୟ କେନ୍ଦ୍ର ଦିଲ୍ଲୀ ଠାରେ ଗୁରୁ ଅଳ୍ପନା ନାୟକଙ୍କ ଅଳ୍ପନାଦ୍ଵାରା ସମ୍ଭବ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି।ଏଥିରେ ଅନେକ ଦେଶରୁ ଦିବ୍ୟଙ୍ଗ ଜନ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ ସହିତ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ରାଣୀ ପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର  ଛାତ୍ରୀ ପଦ୍ମିନୀ ଟୁଡୁ, ପାର୍ବତୀ ମର୍ଣ୍ଡି ( ଉଭୟ ଅନ୍ତର୍ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟର),ମିନି ମହନ୍ତ, ମେଘନା ସିଂ, ସୁନୀତା ସିଂ ଓ ସୂଳଚନା ସିଂ ଓ ନୃତ୍ୟ ଗୁରୁ ଆରତୀ ଭୋଇ ସହିତ ୨/୧୦/୨୫ ରିଖ ଗୁରୁବାର ବିଜୟା ଦଶମୀ ରେ ଦିଲ୍ଲୀ ଯାତ୍ରା କରିଛନ୍ତି। ଅନୁଷ୍ଠାନ ର ନିର୍ଦ୍ଦେଶକ ଦିବାକର ସ ଉକ୍ତ ଯାତ୍ରା ସଫଳ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ