ସ୍ୱଚ୍ଛତା ହିଁ ସେବା ଅଭିଯାନ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସ୍ୱଚ୍ଛତା ହିଁ ସେବା ଅଭିଯାନ ଆଜି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଆରମ୍ଭ ହୋଇଛି । ଏହା ୩ ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ପରିସର ଏବଂ ଏହାର ସମ୍ମୁଖ ଭାଗରେ ଥିବା ଅଳିଆ ଆବର୍ଜନା ସଫା କରାଯାଇଥିଲା । ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରେ ଏହି କାର୍ଯ୍ୟକ୍ରମରେ ଅଧିକ୍ଷକ ପ୍ରଫେସର ମହେନ୍ଦ୍ର କୁମାର ନାୟକ,ହସପିଟାଲ ମ୍ୟାନେଜର ରାଜା ପ୍ରଧାନ,ଏଲ୍ଏଣ୍ଡକେ ଅପରେସନ ମ୍ୟାନେଜର ଲୋକନାଥ ମିଶ୍ର,ସୁପର ଭାଇଜର ଅନ୍ତର୍ଯ୍ୟାମୀ ବେହେରା,ମହେଶ ମୁଖି ଙ୍କ ସମେତ ମେଡିକାଲ କଲେଜର ବହୁ କର୍ମଚାରୀ ସାମିଲ ହୋଇ ସଫେଇ କାର୍ଯ୍ୟ କରିଥିଲେ । ହସ୍ପିଟାଲ ସମ୍ମୁଖରେ ଥିବା ଦୋକାନ ଗୁଡିକୁ ସ୍ୱଚ୍ଛତା ପାଇଁ ସଚେତନତା କରାଯାଇଥିଲା । ଗ୍ରାହକମାନେ ଏବଂ ଦୋକାନୀ ମଇଳା ଗୁଡିକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ ରଖି ସେଥିରେ ପକାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ପ୍ଲାଷ୍ଟିକ ଏବଂ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରି କାଗଜରେ ପ୍ରସ୍ତୁତ ଏବଂ ଝୋଟରେ ପ୍ରସ୍ତୁତ ବ୍ୟାଗ,ଶାଳ ପତ୍ରରେ ପ୍ରସ୍ତୁତ ଚଉପତି,ଖଲି,ପ୍ଲେଟ ଇତ୍ୟାଦି ବ୍ୟବହାର ପାଇଁ ଦୋକାନୀମାନଙ୍କୁ ସଚେତନ କରାଯାଇଥିଲା । ମେଡିକାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ସଚେତନ କରାଯାଇ ମେଡିକାଲ ପରିସରରେ ଥିବା ଡଷ୍ଟବିନ୍ରେ ଅଳିଆ ଆବର୍ଜନା ପକାଇବାକୁ ସଚେତନ କରାଯାଇଥିଲା । ସ୍ୱଚ୍ଛତା ଉସôବ ପାଳନ ଅବସରରେ ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସପିଟାଲରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉଦ୍ଧ୍ୱର୍ କର୍ମଚାରୀ ସାମିଲ ହୋଇ ସଫେଇ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ