ପୋଖରୀରେ ବୁଡି ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣା: ହଷ୍ଟେଲକୁ ସିଲ କଲା ପ୍ରଶାସନ

ହାଟଡିହି,(ଓ୍ବାଇଏନଏସ) :କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୁନ୍ଦରାପାଳ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସାଇ ପ୍ରସାଦ ଜେନା ଗତ ୩୦ ତାରିଖରେ  ପୋଖରୀରେ ଗାଧୋଉ ଥିବା ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇବା ଘଟଣା ଭିନ୍ନ ମୋଡ ନେଇଛି। ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ସୁଶାନ୍ତ ଜେନାଙ୍କ ପୁଅ ସାଇ ପ୍ରସାଦ ଜଳକଳଙ୍ଗ ବଜାରରେ ଖୋଲିଥିବା ଏକ ଘରୋଇ ଛାତ୍ରବାସରେ ରହି ପଢୁଥିଲା। ଏଠାରେ୧୫ରୁ ଉର୍ଦ୍ଧ୍ଵ ଛାତ୍ର ଓ ୨୫ ରୁ ଉର୍ଦ୍ଧ ଛାତ୍ରୀ ରହି କୋଚିଂ ନେଇଥାନ୍ତି। ପ୍ରତିଦିନ ଏହି ଛାତ୍ରବାସରୁ ବିଦ୍ୟାଳୟକୁ ଯିବା ଆସିବା କରନ୍ତି l କିନ୍ତୁ  ଦଶହରା ଉପଲକ୍ଷେ ବିଦ୍ୟାଳୟ ଛୁଟି ଥିବାରୁ ସାଇ ପ୍ରସାଦ ଘରକୁ ପଳାଇ ଯାଇଥିଲା। କିନ୍ତୁ ସେହି ୩୦ ତାରିଖ ସକାଳେ ପରିବାର ଲୋକ ତାଙ୍କୁ ନେଇ ଛାତ୍ରବାସରେ ଛାଡିକି ଆସିଥିଲେ। କିଛି ସମୟ ପରେ ଅନ୍ୟ ଦୁଇ ଛାତ୍ରଙ୍କ ସହ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲା ସାଇ ପ୍ରସାଦ। ପ୍ରଶାସନ ର ବିନା ଅନୁମତିରେ ଏତେ ଛୁଆଙ୍କୁ ହଷ୍ଟେଲ ଖୋଲି ରଖିବାକୁ ନେଇ ପ୍ରଶ୍ନ ଉଠିଛି। ଏଠାରେ ଛୁଆଙ୍କ ପାଇଁ  କିଛି ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ କିପରି ହଷ୍ଟେଲ ଖୋଲା ଯାଇଥିଲା ତାହାକୁ ନେଇ ଅଭିଯୋଗ ହେବାପରେ ଆଜି ତହସିଲଦାର ଶିବବ୍ରତ ତ୍ରିପାଠୀ, ନନ୍ଦିପଦା ଥାନା ଆଇ.ଆଇ.ସି ରବୀନ୍ଦ୍ର କୁମାର ପାତ୍ର, ଏବିଇଓ ପ୍ରମୋଦ କୁମାର ନାୟକ, ଭାରପ୍ରାପ୍ତ ଏବିଇଓ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ପହଞ୍ଚି କୋଚିଂ ସେଣ୍ଟରର ମାଲିକ ପ୍ରକାଶ ଘଡେଇ କୁ ଡାକି ପଚରା ଉଚୁରା କରିବା ସହିତ ତଦନ୍ତ ସରିବା ପର୍ଯ୍ୟନ୍ତ ସମସ୍ତ କୋଠରୀକୁ ସିଲ କରିଥିଲେ। ପ୍ରକାଶ ଘଡେଇଙ୍କ କହିବା କଥାଯେ ସେ କିଛି ଅଭିଭାବକଙ୍କ ଅନୁରୋଧରେ ୨୦୧୮ ମସିହାରୁ ସାମୟିକ ଅନୁମତି ଆଣି ହଷ୍ଟେଲ ଖୋଲିଥିଲି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ