ରୁମାଗଡରେ ମିଳିତ ଜନଶୁଣାଣୀ, ୧୧୫ ଅଭିଯୋଗରୁ ୭୫ ଟି ସମାଧାନ
ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅକ୍ଟୋବର ୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ରୁମାଗଡ, ଭାଟଖାଲି ଓ ଖପରାଗଣ୍ଡା ଗ୍ରାମର ୧୧୫ ଜଣ ଶିବିରରେ ନାମ ପଞ୍ଜିକରଣ କରିଥିଲେ। ସେଥି ମଧ୍ୟରୁ ୭୫ ଜଣଙ୍କ ଅଭିଯୋଗ ଶିବିରରେ ସମାଧାନ ହୋଇଥିଲା। ଏହି ଜନଶୁଣାଣୀରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା ଲାଗି ଅଭିଯୋଗ ପତ୍ର ଆସିଥିବା ବେଳେ କେତେକ ଛୋଟ ଛୋଟ ସମସ୍ୟାକୁ ନେଇ ମଧ୍ଯ ଅଭିଯୋଗ ଆସିଥିଲା । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ମହାପାତ୍ରଙ୍କ ସମେତ ତହସିଲଦାର ଦିପ୍ତିମୟୀ ପାତ୍ର, ଏବିଡିଓ ସୋନମ୍ ବେହେରା, ବ୍ଳକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ସୁବାଷ ଜେନା, ଆଇଆଇସି କୌଶିକ ମାଝୀ, ସମିତି ସଭ୍ୟା ଲକ୍ଷ୍ମୀବାଇ ପଣ୍ଡା, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ଅଭିଯୋଗ ଶୁଣାଣୀ ହୋଇଥିଲା। ସରପଞ୍ଚ ଜିତୁ ବିଷୋୟୀ, ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ବିଜୁଳି ବିଭାଗୀୟ ଅଧିକାରୀ ପ୍ରକାଶ କୁମାର ଜେନା, ଉଦ୍ୟାନ ବିଭାଗ ଅଧିକାରୀଣୀ ଦିପ୍ତିମୟୀ ବସନ୍ତିୟା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୋତ୍ସ୍ନାରାଣୀ ଦେହୁରୀ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ସହକାରୀ ଯନ୍ତ୍ରୀ ଇନ୍ଦ୍ରମଣି ସାହୁ, ଗ୍ରାମ୍ଯ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜିବ ପାତ୍ର, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା ସମେତ ବିଭିନ୍ନ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳେଇ, ଜନଶୁଣାଣୀ ଅଫିସର ଲିପ୍ସା ରାଣୀ ଭଞ୍ଜ, ଜିଆରଏସ ବଳରାମ ସାହୁ, ରାଜିବ କୁମାର ଜେନା, ଅଙ୍ଗନୱାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।