ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଠାରେ ଧନଦାତ୍ରୀ ମା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ପାଗ ଅନୁକୂଳ ଥିବାରୁ ପୂଜା ମଣ୍ଡପ ଗୁଡିକ ରେ ଭକ୍ତ ମାନଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଛି।କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ . ପର୍ଜନପୁର. ପଦ୍ମପୁର. ରାଇସୁଆଁ ଠିକ ସେହିପରି ଝୁମ୍ପୁରା ବ୍ଲକ ବାଲିବନ୍ଧ ପଞ୍ଚାୟତ ର କଟଲପଶି ଗ୍ରାମରେ ହେଉଥିବା ବେଳେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଧନଦାତ୍ରୀ ମା ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା କୁ ଆଡମ୍ବର ସହିତ ପାଳନ କରିବା ପାଇଁ କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଚଳିତ ବର୍ଷ କମିଟି ତରଫରୁ ଉନ୍ନତ ମାନର ସାଜସଜ୍ଜା ସହିତ ରଙ୍ଗିନ ଆଲୋକ ରେ ପୂଜା ମଣ୍ଡପ କୁ ସୁସଜ୍ଜିତ କରିଥିବା ଦେଖିବାକୁ ମିଳିଛି। କମିଟି ତରଫରୁ ନିର୍ଦ୍ଧାରିତ ସମୟ ରେ ପୂଜା ପାଇଁ ଘଟ ସ୍ଥାପନ କରିବା ସହିତ ପୂଜକ ଦ୍ବାରା ପୂଜାର୍ଚ୍ଚନା କରା ଯାଇଥିବାଦେଖିବାକୁ ମିଳିଥିଲା। ମା ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି। ଗଜଲକ୍ଷ୍ମୀ ପୂଜା କୁ ପରିଚାଳନା ରେ ସହଯୋଗ କରିଥିଲେ କମିଟି ର ସଦସ୍ୟ ମାନେ । ମା ଙ୍କ ପୂଜା ତିନି ଦିନ ଧରି ଚାଲିବ ବୋଲି କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି ସେହିପରି ବ୍ଲକ ରୋଡ଼,ଚିତ୍ରପୁର,ବଡପଶିନୂଆସାହି,ନାଗରପାଳ,ବାରିକ,ଭାଲୁକା,ଅସନପାଟ, ଆଦି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।