ନେତାଜୀ ବସ ଟର୍ମିନାଲ ଓ ବଡ ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରର ପରିଦର୍ଶନ କଲେ ମେୟର ସୁବାସ ସିଂହ
କଟକ, (ଓ୍ବାଇଏନଏସ): ଭାଇଚାରା ସହର କଟକ ରେ ପୁଲିସ ପ୍ରଶାସନ ଦ୍ବାରା ଲାଗୁ କରାଯାଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଦ୍ବାରା କଟକ ସହରକୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ କଟକ ଜେତାଜି ବସ ଟର୍ମିନାଲରେ ଫସି ରହିଥିଲେ , କଟକ ସହରର ସମସ୍ଥ ଦୋକାନ ବଜାର ବନ୍ଦ ଥିବା ଯୋଗୁ ବହୁ ଯାତ୍ରୀ ନାନାଦି ଅସୁବିଧାର ସମୁଖୀନ ହୋଉଥିଲେ । ଏହି ଖବର ମାନ୍ୟବର କଟକ ମେୟର ଶ୍ରୀ ସିଂହ ଜାଣିବା ପରେ ନେତାଜୀ ବସ ଟର୍ମିନାଲ ଓ ବଡ ଡାକ୍ତର ଖାନାରେ ଥିବା ଆହର କେନ୍ଦ୍ରରେ ପହଞ୍ଚିଥିଲେ ଓ ଖାଦ୍ଯ ର ପରିମାଣ ଯାଞ୍ଚ କରିଥିଲେ। । ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ପ୍ରାୟସ ଓ ଚେଷ୍ଠା ରେ ଫସିରହିଥିବା ଯାତ୍ରୀଙ୍କୁ ପେଟପୂରା ଖାଦ୍ୟ ପାଇପାରିଥିଲେ। । ଓ ଉପସ୍ତିତ ଅଧିକାରୀ ଙ୍କୁ ପରାଜ୍ୟାପ୍ତ ଖାଦ୍ୟ ମହଜୁଦ ରଖିବା ପାଇ ମେୟର ଶ୍ରୀ ସିଂହ ନିର୍ଦେଶ ଦେଇଥିଲେ । ସୂଚନା ଅନୁସାରେ ଉଭୟ ଆହାର କେନ୍ଦ୍ର ରେ ପ୍ରାୟ 2000 ଜଣ ଲୋକଙ୍କ ପାଇ ଦୁଇ ଓଳି ଖାଦ୍ଯ ର ବ୍ୟବସ୍ଥା କରାଜାଏ ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହ ଦେବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ତିତ ଥିଲେ ।


