ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିଜେଡି ର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗୁରୁବାର ଠାରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ପଦଯାତ୍ରା ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିବା ବେଳେ, ବିଜେପି ନେତୃତାଧୀନ ସରକାର ଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା,ନାରୀ ନିର୍ଯ୍ୟାତନା ବୃଦ୍ଧି ଓ ବିଫଳତା କୁ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଏହି କ୍ରମରେ ଝୁମ୍ପୁରା ବ୍ଲକ ବିଜେଡି ପକ୍ଷରୁ ଗୁରୁବାର ନହବେଡା ଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝୁମ୍ପୁରା ବ୍ଲକ ବିଜେଡି ସଭାପତି ଡମ୍ବରୁଧର ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କୁଟୁଗାଁ, ଖେଣ୍ଡରା ଏବଂ ନହବେଡା ଗ୍ରାମ ପଞ୍ଚାୟତ ର ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ବିଜୁ ପଟ୍ଟନାୟକ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଏବଂ ଧୂପ ପ୍ରଜ୍ବଳନ କରାଯାଇଥିଲା । ଏହା ପରେ ଗୁମୁରା ସମିତି ସଭ୍ୟ ସ୍ୱର୍ଗତ ଉଦୟ ପାତ୍ର ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, ନହବେଡା ସମିତି ସଭ୍ୟ ବସନ୍ତ ପ୍ରଧାନ, ମହିଳା ନେତ୍ରୀ ତୁଳସୀ ମହାନ୍ତ, ନହବେଡା ପଞ୍ଚାୟତ ସଭାପତି ବିଶୁ ନାଏକ, ଖେଣ୍ଡରା ପଞ୍ଚାୟତ ସଭାପତି ଖଗେଶ୍ୱର ମହାନ୍ତ, ଝୁମ୍ପୁରା ପଞ୍ଚାୟତ ସଭାପତି ଭୋଳାନାଥ ନାଏକ, ବ୍ଲକ ଛାତ୍ର ସଭାପତି ଭାଗିରଥି ପ୍ରଧାନ, ରଞ୍ଜନ ବେହେରା, ଲାଲା ବାରିକ, କାଳେନ୍ଦୀ ମହାନ୍ତ, ପବନା ମହାନ୍ତ, ଟୁନା ଭଞ୍ଜ, ପ୍ରଶାନ୍ତ ମହାକୁଡ଼, ସରଜ ବାରିକ, ବସନ୍ତ ମହାନ୍ତ, ଯତୀନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କର୍ମୀମାନଙ୍କ ସହିତ ତୃଣମୂଳସ୍ତରରେ ସଂଗଠନ କୁ ଅଧିକ ରୁ ଅଧିକ ମଜବୁତ କରିବା ନେଇ ସବିଶେଷ ଆଲୋଚନା କରିଥିଲେ ।