ମା ଗଜଲକ୍ଷ୍ମୀଙ୍କ ପୂଜା : ଦର୍ଶନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ସ୍ଥିତ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ  ବଜାର ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ  ବ୍ୟାପକ ବ୍ୟବସ୍ଥା କରାଯାଇଛି ।  ଶନିବାର ଷଷ୍ଠ ଦିନରେ  ନାମ ଯଜ୍ଞ, ଅନ୍ନ ଯଜ୍ଞ ଓ ଗୀତା ଯଜ୍ଞ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଦର୍ଶନ କରିବା ସହିତ ମାଙ୍କ ଆଶୀର୍ବାଦ ଲାଭ କରିଥିଲେ,  ଏହି ଅବସରରେ ସମଜସେବୀ ତଥା ଉପଦେଷ୍ଟା ଦୀପକ କୁମାର ମୁଦୁଲି, ମା ରାମଚଣ୍ଡୀ ପୂଜା କମିଟି ସଭାପତି ସିଏଚ ଦୟାନନ୍ଦ ରେଡ୍ଡୀ, ଶ୍ରମିକ ନେତା ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ପୂର୍ବତନ କାଉନସିଲର ଏମ. ସମରେନ୍ଦ୍ର ସେନାପତି ଙ୍କ ସମେତ ହଜାର ହଜାର ଭକ୍ତ ମାନେ ମାଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ । ସୂଚନା ଥାଉ କି,ଚଳିତ ବର୍ଷ ୨୫ ବର୍ଷ ପାଳନ ଅବସର ରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ଓ  ବହୁ ଯାକଜକମ ରେ କରାଯାଉଛି, ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା lପଣ୍ଡିତ ନୃସିଂହ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ l  ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ଉପଦେଷ୍ଟା ଦୀପକ କୁମାର ମୁଦୁଲି,ମୁଖ୍ୟ କର୍ତ୍ତା ଭାବେ ଏସ. ପ୍ରବୀଣ କୁମାର ଓ ସରୋଜ କୁମାର ପାଢ଼ୀ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି  ପରିଚାଳନା ରେ ସହଯୋଗ କରିଛନ୍ତି   l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ