ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଅସ୍ତରଙ୍ଗ ଉପକୂଳ ବିପଦରେ ବିଦେଶୀ ପକ୍ଷୀ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପୁରୀ ଜିଲ୍ଲା ଅସ୍ତରଙ୍ଗ ହେଉଛି ପ୍ରାକୃତିକ ପରିବେଶ, ସୌନ୍ଦର୍ଯ୍ୟ ଗନ୍ଥାଘର ଏବଂ ଜୈବ ବିବିଧତା ସମନ୍ୱୟର ପର୍ଯ୍ୟଟନ କ୍ଷେତ୍ର ହେଉଛି ଅସ୍ତରଙ୍ଗ ବ୍ଲକ ପୀରଜାହାନିଆ, ଗଙ୍ଗାଦେବୀ ଓ କେଳୁଣୀ ମୁହାଁଣ। ଶୀତ ଋତୁ ଆଗମନ ରେ ଉପକୂଳ ବର୍ତ୍ତୀ ଅସ୍ତରଙ୍ଗ କୁ ବିଦେଶୀ ପକ୍ଷୀ ଙ୍କ ଆଗାମନ ହୁଏ। ଏଠାକାର ଜୈବ ବିବିଧତା ବହୁ ଅଳ୍ପ ସଂଖ୍ୟକ ପର୍ଯ୍ୟଟନ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ବିଦେଶୀ ପକ୍ଷୀ ଆଗମନ ସମୟ ପାଖେଇ ଆସୁଥିବା ବେଳେ ଉପକୂଳବର୍ତ୍ତୀ ପ୍ରାୟ ୫କିଲୋମିଟର ଆଦ୍ରଭୂମି ଚିଙ୍ଗୁଡ଼ି ମାଫିଆ ଙ୍କ କବଜାରେ ରହିବା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ବିଦେଶାଗତ ପକ୍ଷୀଙ୍କ ବିଚରଣସ୍ଥଳୀ ଆଦ୍ରଭୂମିରେ ମାଫିଆ ମାନେ ବେଆଇନି ଭାବେ ଚିଙ୍ଗୁଡ଼ି ଘେରି ଓ ପୋଖରୀ ନିର୍ମାଣ କରିଛନ୍ତି। ଫଳରେ ବର୍ତମାନ ବସବାସ କରୁଥିବା ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ପାଇଁ ଖାଦ୍ୟ ସଙ୍କଟ ଦେଖାଗଲାଣି। ତେଣୁ ସେମାନେ ଏ ସ୍ଥାନ ଛାଡି ଅନ୍ୟତ୍ର ଚାଲି ଯାଉଛନ୍ତି।
ପରିବେଶବିତି ଙ୍କ କହିବା କଥା ଏଠାକାର ଆଦ୍ରଭୂମିର ସନ୍ତସନ୍ତିଆ ସ୍ଥାନରେ ବାସ କରୁଥିବା ଛୋଟ ମାଛ, କୀଟପତଙ୍ଗ, ଜଳଚର ଜୀବ, କଇଁ ନାଡ଼ ବିଦେଶୀ ପକ୍ଷୀଙ୍କ ପ୍ରିୟ ଖାଦ୍ୟ। ତେଣୁ ହଜାର ହଜାର ବିଦେଶୀ ପକ୍ଷୀଙ୍କ ସୁଦୂର ସାଇବେରିଆ, ମଙ୍ଗୋଲିଆ, ସାଉଥ ଆଫ୍ରିକା, ପାକିସ୍ତାନ, ଅଷ୍ଟ୍ରେଲିଆ ରୁ ଏଠାକୁ ଆସନ୍ତି।
ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ସେମାନେ ଗ୍ରୀଷ୍ମ ଆଗମନ ପରେ ଘରୁ ବାହୁଡ଼ିଥାନ୍ତି। କିନ୍ତୁ ତନ୍ମଧ୍ୟରୁ କେତେକ ବିଦେଶୀ ପକ୍ଷୀ ଏ ସ୍ଥାନ ଛାଡିବାକୁ ପସନ୍ଦ କରିନଥାନ୍ତି। ମାତ୍ର ଖାଦ୍ୟାଭାବରୁ ପକ୍ଷୀ ମାନେ ସ୍ଥାନ ଛାଡିବା ଚିନ୍ତାବୃଦ୍ଧି କରୁଛି।
ସ୍ଥାନୀୟ ଅଞ୍ଚଳର ସାଗର ବେହେରା କହିବା ଅନୁସାରେ,ଏଠାକୁ ପ୍ରତିବର୍ଷ ନରଦେନ ପିଣ୍ଟର, ଗଡ଼ୱାଲ, ସେଲଡର ଡ଼କ, ହାଡ଼ୱାସ ଗ୍ଲୋସ, ଲିଟିଲ ଗ୍ରୀନ ହେରେନ ଭଳି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ଆସନ୍ତି। ବିଦେଶାଗତ ପକ୍ଷୀଙ୍କ କୋଳାହଳ ରେ ଅସ୍ତରଙ୍ଗ ଉପକୂଳ ଆଦ୍ରଭୂମି ପ୍ରକମ୍ପିତ ହୁଏ। ସେମାନଙ୍କ ଜଳକ୍ରୀଡା କୁ ଉପଭୋଗ କରିବାକୁ ରାଜ୍ୟର କୋଣ ଅନୁକୋଣ ରୁ ଶୀତ ଋତୁ ଆସିଲେ କେଳୁଣୀ ମୁହାଁଣ, ଗଙ୍ଗାଦେବୀ, ଦେବୀ ନଦୀ ମୁହାଁଣ ବୁଲିବାକୁ ହଜାର ହଜାର ପର୍ଯ୍ୟଟକ ପ୍ରତିବର୍ଷ ଆସିଥାନ୍ତି।ଗୋଟିଏ ପାର୍ଶ୍ୱରେ ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପ ବିକାଶ କହୁଥିବା ବେଳେ ଏଠାରେ ଗତ ୫ବର୍ଷ ରେ ସେମିତି ଆଖି ଦୃଶ୍ୟୟା ବିକାଶ ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଅଞ୍ଚଳର ବୋଟ ଚାଳକ, ବ୍ୟବସାୟୀ ବିଦେଶୀ ପକ୍ଷୀଙ୍କ ସମାଗମ ସମୟରେ ପର୍ଯ୍ୟଟକ ମାନଙ୍କୁ ପକ୍ଷୀ ଦେଖାଇ ଉପାର୍ଜନ କରିଥିବା ଅର୍ଥରେ ପରିବାର ଭରଣାପୋଷଣ କରିଥାନ୍ତି। କିନ୍ତୁ ଗତ କିଛି ବର୍ଷ ହେବ ରାଜ୍ୟ ବାହାର ଚିଙ୍ଗୁଡ଼ି ମାଫିଆ ମାନେ ସ୍ଥାନୀୟ ଅଞ୍ଚଳର ମୁଷ୍ଟି ମେୟ ବ୍ୟକ୍ତିଙ୍କୁ ହାତକରି ଦେବୀ ନଦୀ ନିକଟ ପ୍ରାୟ ୫କିଲୋମିଟର ଆଦ୍ରଭୂମି କୁ କବ୍ଜାରେ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେମାନେ ବେଆଇନି ଘେରି ଓ ପୋଖରୀ କରିବା ଦ୍ୱାରା ବର୍ତମାନ ରହୁଥିବା ପକ୍ଷୀଙ୍କୁ ବିଚରଣ କରିବା କ୍ଷେତ୍ରରେ ସମସ୍ୟା ହେଉଛି। ସେହିପରି ଖାଦ୍ୟ ଅଭାବ ଦେଖାଯାଉଥିବା ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି। ଅସ୍ତରଙ୍ଗ ବ୍ଲକ ପ୍ରଶାସନ ସବୁ ଜାଣି ଅଜଣା ରହିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ କିଛି ଦିନ ପରେ ବିଦେଶୀ ପକ୍ଷୀ ପୁଣି ଅସ୍ତରଙ୍ଗ ଉପକୂଳ ଆସିବାକୁ ରହିଛି। ତେଣୁ ପୁରୀ ଜିଲ୍ଲାପ୍ରଶାସନ ଓ ପୁରୀ ଜିଲ୍ଲାପାଳ ଏବେ ଠାରୁ ଆଦ୍ରଭୂମି ସ୍ଥାନକୁ ଘେରି ମୁକ୍ତ ନ କଲେ ଚଳିତ ବର୍ଷ ଶୀତଦିନରେ ଦେବୀ ନଦୀ ଉପକୂଳ ପକ୍ଷୀ ସଂଖ୍ୟା ହ୍ରାସ ସହ ଏହାର ସିଧାସଳଖ ପ୍ରଭାବ ଜୈବ ବିବିଧତାରେ ପଡିବ ବୋଲି ସ୍ଥାନୀୟ ଅଂଚଳର ବରିଷ୍ଠ ଓ ଅଭିଜ୍ଞ ସାମ୍ବାଦିକ ବିଜୟ ବେହେରା ପ୍ରକାଶ କରିଛନ୍ତି। ବିଦେଶୀ ପକ୍ଷୀ ଓ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇଲେ ଅସ୍ତରଙ୍ଗ ପର୍ଯ୍ୟଟନକ୍ଷେତ୍ର ରେ ତାର ଗାରିମା ହରାଇବା ସହ ସ୍ଥାନୀୟ ଅଂଚଳରେ ଲୋକଙ୍କ ଜୀବିକା ପ୍ରଭାବିତ ହେବ ବୋଲି ପ୍ରକାଶ କରିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ,ପୁରୀ ଜିଲ୍ଲାପାଳ,ପୁରୀ ବନ୍ୟ ପ୍ରାଣୀ ବିଭାଗ ଏ ପ୍ରସଙ୍ଗ କୁ ଗୁରୁତ୍ୱ ଦେଈ ବେଆଇନି ଘେରି ଉଛେଦ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି।