ଗଜପତିରେ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ, ଆଜି ତା. ୧୨-୧୦-୨୦୨୫ ଠାରୁ ୧୪-୧୦-୨୦୨୫ ପର୍ଯ୍ୟନ୍ତ ସମଗ୍ର ଗଜପତି ଜିଲ୍ଲା ସ୍ତରୀୟ ପଲୋସ୍ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ (Intensified Pulse Polio Immunization Programme) ଶୁଭାରମ୍ଭ ହୋଇଯାଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଯୁକ୍ତ ଶଙ୍କର କେରକେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ାକ୍ତର ମହମ୍ମଦ ମୁଭରକ୍ ଅଲ୍ଲୀ , ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ପାରଳାଖେମୁଣ୍ଡି, ଶ୍ରୀମତୀ ସରିତା ମହାପାତ୍ର, DPM, ଗଜପତି ଶ୍ରୀମତୀ ପ୍ରଣତି ସାହୁ, DMRCH, ଗଜପତି,ଶ୍ରୀମତୀ ସାବିତ୍ରୀ ରାଉତ, ଏପିଡେମିଓଲୋଜିଷ୍ଟ, ଗଜପତି ଶ୍ରୀ ଦୀପକ କୁମାର ପାଣିଗ୍ରାହୀ, DVLM, ଗଜପତି,ଶ୍ରୀ ସୁରେଶ କୁମାର ଜେନା, ICA, ଗଜପତି ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପ୍ରାୟ ୬୫୫୩୬ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଦିଆଯିବାର ଲକ୍ଷ୍ୟ ରଖାଯାଇଅଛି । ଏଥିପାଇଁ ଚିହ୍ନଟ କରାଯାଇଥିବା ଜିଲ୍ଲାର ୫୭୪ ଗୋଟି ବୁଥରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଅଛି । ଏତଦ ବ୍ୟତିତ, ୨୦ଟି ଭ୍ରାମ୍ୟମାଣ (Mobile) ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ (Transit) ୩୦ଟି ଦଳ ନିୟୋଜିତ କରାଯାଇଅଛି । ଟୀକାକରଣର ପ୍ରଥମ ଦିନରେ ଚିହ୍ନଟ କରାଯାଇଥିବା ବୁଥ ସମୂହରେ ଟୀକାକରଣ କରାଯିବ । ପରବର୍ତ୍ତୀ ଦୁଇ ଦିନ, ଟୀକା ପ୍ରଦାନକାରୀ ଦଳ ଗୃହ ପରିଦର୍ଶନ କରି ପୋଲିଓ ଟୀକା ପାଇନଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । କାର୍ଯ୍ୟକ୍ରମଟିକୁ ତଦାରଖ କରିବା ପାଈଁ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ନିୟୋଜିତ ଅଛନ୍ତି। ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରି ସମାଜକୁ ପୋଲିଓ ମୁକ୍ତ ରଖିବାରେ ସହାୟକ ହେବା ପାଇଁ ଅନୁରୋଧ କରାଯାଇଛି ।


