ବାହାରିପୁର ହାଇସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ବୈଷ୍ଣବ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରିପୁର ଠାରେ ସମଣା କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସୁରଭି ୨୦୨୫ ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ବିନୟ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଶିକ୍ଷକ ବାସୁଦେବ ପାଢ଼ୀ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଶ୍ରୀକାନ୍ତ ସ୍ୱାଇଁ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ପାଢ଼ୀ ଏବଂ ବିଶେଷ ଆମନ୍ତ୍ରିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। କ୍ଲଷ୍ଟର ର ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ମନୋନୀତ ହୋଇ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ,ପ୍ରବନ୍ଧ,ଚିତ୍ରାଙ୍କନ, ସଂଗୀତ, ନୃତ୍ୟ,ଶୃତଲିଖନ, କୁଇଜ଼, ପିଏମ ପୋଷଣ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା| ବିଭିନ୍ନ ବିଭାଗ ରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ମାନେ ବାଲିବରେଇ ହାଇସ୍କୁଲରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କୁ ମନୋନୀତ କରାଯାଇଥିଲା | କାର୍ଯ୍ୟକ୍ରମ କୁ ଶିକ୍ଷକ ବାଦଲ କୁମାର ଜେନା, ମନୋରଞ୍ଜନ ସାହୁ, ଦିବ୍ୟସିଂ ସୋରେନ, ମହାବୀର ନାୟକ, ସୁଧାସିନ୍ଧୁ ପାଣି, ପ୍ରଦୀପ କୁମାର ସାହୁ, କଳାକର ଜେନା, ଗଣେଶ କୁଅଁର ଓ ଶିକ୍ଷୟିତ୍ରୀ ସୋନାଲି ସାହୁ ପ୍ରମୁଖ ପରିଚାଳନା କରିଥିଲେ |