ରାଜ୍ୟ ନିର୍ବାଚନ କମିସନରଙ୍କ ଚମାଖଣ୍ଡି ପଞ୍ଚାୟତ ଗ୍ରସ୍ତ

ଛତ୍ରପୁର,(ଓ୍ବାଇଏନଏସ) : ଆଗାମୀ ପଚାଂୟତ ଓ ପୈାର ନିର୍ବାଚନ ପାଇଁ ତ୍ରୃଟିହୀନ, ସ୍ୱଛ ଓ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତିକରଣ ପାଇଁ ପ୍ରତି ଜିଲାରେ ଗୋଟିଏ ଗୋଟିଏ ପଚାଂୟତକୁ ଏକ ପାଇଲଟ ପ୍ରଜେକ୍ଟ ଭାବେ ନିଆଯାଇଛି ।  ଜିପିଡିଓ (ଗ୍ରାମ ପଚାଂୟତ ଉନ୍ନୟନ ଅଧିକାରୀ) ଏବଂ ପିଇଓ( ପଚାଂୟତ ସମ୍ପ୍ରସାରଣ ଅଧିକାରୀ) ,ଓ ବିଏଲଓ  ଘରକୁ ଘର ବୁଲି ସର୍ଭେ କରିବେ । ଗଞ୍ଜାମ ଜିଲାର ଚମାଖଣ୍ଡି ପଚାଂୟତକୁ ପାଇଲଟ ପ୍ରଜେକ୍ଟ ଭାବେ ନିଆଯାଇଛି । ଏହି ଅବସରରେ ଆଜି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢୀ ଗଞ୍ଜାମ ଜିଲା ଗ୍ରସ୍ତ କରି ଚମାଖଣ୍ଡି ପଚାଂୟତ କୁ ଆସିଥିଲେ । ଘରକୁ ଘର ବୁଲି ଯେଉଁ ସର୍ଭେ ହୋଇଥିଲା ତାହାର ତଥ୍ୟ ସଂପର୍କରେ ଜିପିଡିଓ,ପିଇଓ,ବିଏଲଓଙ୍କୁ ପଚାରି ବୁଝିଥିଲେ । ଏହି ପଚାଂୟତରେ ୧୪ଟି ୱାର୍ଡ ରହିଥିବା ବେଳେ ୨୦୨୨ ପଚାଂୟତ ନିର୍ବାଚନ ସମୟରେ ୪୫୭୨ ଭୋଟର ରହିଥିଲେ । ଏହି ପଚାଂୟତରେ ଗୃହ ସଂଖ୍ୟା ଓ  ନମ୍ବର ଏବେ ଭୋଟର ସଂଖ୍ୟା, କେତେ ଭୋଟର ମୃତ୍ୟୁ ଓ ନୁଆଁ ଭୋଟର ସଂଖ୍ୟା, ଅନ୍ୟତ୍ର ଚାଲିଯାଇଥିବା ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ କରିବା ଆଦି ସଂପର୍କରେ ପଚାରି ବୁଝିବା ସହ କିପରି ଏହି ସର୍ଭେ ହୋଇଥିଲା ତାହା ପଚାରି ବୁଝିଥିଲେ । ଏହି ସର୍ଭେରେ ୭ଟି ବିଏଲଓ ଚମାଖଣ୍ଡିର ୧୪ଟି ୱାର୍ଡ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ । ପରିବାରର ସମସ୍ତ ଭୋଟରଙ୍କୁ ଏକାଠି କରି ଭୋଟର ତାଲିକାରେ ଏକ ଜାଗାରେ ସେମାନଙ୍କ ଘର ନମ୍ବର ଦେଇ ସଠିକ କ୍ରମ ଅନୁସାରେ ରଖିବା ଏହି ପାଇଲଟ ସର୍ଭେର ମୁଖ୍ୟ ଲକ୍ଷ୍ୟ । ଆଗାମି ଦିନରେ ଏହା କମ୍ପୁଟରରାଇଜ ଓ ଜିଓ ମେପିଙ୍ଗ କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟ ନିର୍ବାଚନ କମିସନର ପରିଦର୍ଶନ ବେଳେ ଜିଲା ପଚାଂୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ,ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଚମାଖଣ୍ଡି ସରପଂଚ ସିଏଚ.ମନୋଜ ରେଡ୍ଡି, ଜିପିଡିଓ ସୁଦୀପ୍ତ ପଟ୍ଟନାୟକ,ବିଏଲଓ ସୁପରଭାଇଜର ବିଷ୍ଣୁ ନାରାୟଣ ପଣ୍ଡା,ସୁରେଶ କୁମାର ମହାନ୍ତି,ପିଇଓ ଦଣ୍ଡପାଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ