ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ -୨୦୨୫ ପାଳିତ

ବାଲେଶ୍ଵର (ସରୋଜ ପଣ୍ଡା):- ରାଜ୍ୟ ସରକାର କୃଷି ଶସ୍ୟର ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଅନ୍ନ ଅଭିଯାନ ଯୋଜନା କାର୍ଯ୍ୟକାରୀ ହେବା ଏକ ଅଭିନବ ପ୍ରୟାସ ହୋଇଆସୁଛି।ଏହି ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଳେଶ୍ଵର ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ ପାତ୍ର ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ।ଶ୍ରୀମତୀ ଅନୁସୁୟ। ପ୍ରଧାନ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଥିଲେ।ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଗଣ କୃଷି ଐତିହ୍ୟ ଓ ଜୈବ ବିବିଧତା ପ୍ରସଙ୍ଗରେ  ମହିଳା ମାନଙ୍କ ଭୂମିକା ଉପରେ ବେଶ୍ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୃଷ୍ଟି ଶସ୍ୟ ଚାଷ ହେଉଥିବା ନୀଳଗିରି ଓ ଔପଦା ବ୍ଲକର ୭୦ରୁ ଉର୍ଦ୍ଧ ଅଗ୍ରଣୀ ମାଣ୍ଡିଆ ଚାଷୀ ,ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଫକିର ମୋହନ ବିଶ୍ଵ ବିଦ୍ୟାଳୟର ସାମାଜିକ କର୍ମୀ ବିଭଗର ସ୍ନାତକୋତ୍ତର ବିଦ୍ୟାର୍ଥୀ ଜିଲ୍ଲାସ୍ତରୀୟ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀଗଣ ସମେତ ଜିଲାର ସମସ୍ତ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଗୋଷ୍ଟୀ କୃଷି ଅଧିକାରୀ ଅନ୍ୟାନ୍ୟ କୃଷି କର୍ମକର୍ତ୍ତା ଯୋଗ ଦେଇ ଥିଲେ।ଏହି କାର୍ଯକ୍ରମକୁ ସଦର ସହକାରୀ କୃଷି ଅଧିକାରୀ ସୁଶ୍ରୀ ଲିଜା ଦାସ ପରିଚାଳନା କରିଥିଲା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୌରୋହିତ୍ୟ କରିଥିଲେ ଏବଂଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅଗ୍ରଣୀ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଉତ୍ପ।ଦକଙ୍କୁ ମାନଙ୍କୁ  ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ