ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଦ୍ବାଦଶ ଦୀକ୍ଷାନ୍ତ ସମାରୋହ

କଟକ, (ଓ୍ବାଇଏନଏସ) : ସ୍ଥାନୀୟ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଶନିବାର ଏହାର ଦ୍ବାଦଶ ସମାବର୍ତନ ଉତ୍ସବ ମହାସମାରୋହରେ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା କେବଳ ବିଶ୍ବବିଦ୍ୟାଳୟର ଏକ ସ୍ମରଣୀୟ ଉତ୍ସବ ନୁହେଁ, ଏପରି ଏକ କ୍ଷଣ ଯେଉଁଠାରେ ଜ୍ଞାନ ଚେତନାରେ ବିଲୀନ ହେବ, ଏବଂ ଶିକ୍ଷା ଉଦ୍ଦେଶ୍ୟ, ସଦଗୁଣ ଓ କରୁଣାରେ ରୁପାନ୍ତରିତ ହେବ । ବିଶ୍ୱ ମାନବବାଦୀ, ଆଧ୍ୟାତ୍ମିକ ବିଶ୍ବପୁରୁଷ ତଥା ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଏହି ସମାରୋହରେ ଅଧ୍ଯକ୍ଷତା କରିବେ । ଚଳିତ ବର୍ଷ ୭୦୦ ସ୍ନାତକକୁ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଉପାଧ୍ଯୁତ୍ତର (ପି.ଏଚଡି) ଡିଗ୍ରୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ୩୦ ଜଣ ବିଦ୍ୟାର୍ଥୀଙ୍କୁ ସ୍ପର୍ଶ, ୨୮ ଜଣଙ୍କୁ ରୌପ୍ୟ ଏବଂ ୧୮ ଜଣଙ୍କୁ କାଂସ୍ୟ ପଦକରେ ସମ୍ମାନିତ କରାଯିବ । ଦୀକ୍ଷାନ୍ତ ସମାରୋହ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯିବ । କୁଳପତି ପ୍ରଫେସର (ଡ.) ତେଜପ୍ରତାପ ବାର୍ଷିକ ବିବରଣୀ ପାଠ କରିବେ । ବିଶ୍ବବିଦ୍ୟାଳୟ ଦ୍ବାରା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧ୍ ପ୍ରଦାନ କରାଯିବ । ସମ୍ମାନନୀୟ ଅତିଥ୍ ଶ୍ରୀ ଅନିଲ ସହସ୍ରବୁଦ୍ଧେ ଏବଂ ଶ୍ରୀ କଲ୍ୟାଣ ଶ୍ରେଷ୍ଠ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହାପରେ ମୁଖ୍ୟ ଅତିଥି ଭାବରେ ତଥା କେନ୍ଦ୍ର ସରକାରଙ୍କ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ଏବଂ ସେ ନିଜର ବକ୍ତବ୍ୟ ରଖିବେ । ଶେଷରେ କାର୍ଯ୍ୟନିର୍ବାହୀ କୁଳସଚିବ ଡ. ଅନିଲ କୁମାର ଶର୍ମା ଧନ୍ୟବାଦ ପ୍ରଦାନ କରିବା ପରେ ରାଷ୍ଟ୍ରୀୟ ସଂଗୀତ ଗାନ ପୂର୍ବକ କାର୍ଯ୍ୟକ୍ରମ ସମ୍ପନ୍ନ ହେବ । ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ତାଙ୍କର ଚାରିଦିନିଆ ଗସ୍ତ ସମୟରେ ଶୁକ୍ରବାର ସର୍ବପ୍ରଥମ ଅନ୍ତର୍ଜାତୀୟ ଓଷ୍ଟିଓପ୍ୟାଥ୍ କନଭେନସନକୁ ଉଦଘାଟନ କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ଲୋକସେବା ଭବନରେ ଆୟୋଜିତ ବ୍ୟୁରୋକ୍ରା ସନକ୍ଲେଭକୁ ମଧ୍ଯ ସମ୍ବୋସ୍ତ କରିଥିଲେ । ଗୁରୁଦେବଙ୍କ ପ୍ରେରଣାଦାୟୀ ଉପସ୍ଥିତିରେ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ସ‌ହ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଚୁକ୍ତି ସ୍ୱାକ୍ଷରିତ (ଏମଓୟୁ) ହୋଇଥିଲା । ଏଥିସହ ଗୁରୁଦେବ ବିଶ୍ବବିଦ୍ୟାଳୟରେ ବହୁ ମହତ୍ତ୍ଵପୂର୍ଣ୍ଣ ଶୈକ୍ଷଣିକ ଓ ନବୋନ୍ମେଷୀ ଉଦ୍ୟମର ମଧ୍ୟ ଭଦଘାଟନ କରିଥିଲେ । ତନ୍ମଧ୍ୟରୁ “ନବୋନ୍ମେଷ – ଆଇଡିଆଜ୍‌ ଟୁ ଇନୋଭେସନ୍”, “ସଂକଳ୍ପ -ଏକାଡେମିକ୍ ଲିଡର୍ସ, ସଂସ୍ଥାପକ, ନିର୍ଦ୍ଦେଶକ ଓ ଅଧ୍ୟାପକଂମାନଙ୍କ ବିରାଟ ସମ୍ମିଳନୀ” ତଥା ଇନଷ୍ଟିଚ୍ୟୁଟ୍ ଅଫ୍ ରିସ୍କ ମ୍ୟାନେଜମେଣ୍ଟ (ଆଇଆରଏମ୍) ସହ ଶ୍ରୀ ଶ୍ରୀ ସେଣ୍ଟର ଫର୍ ଏଣ୍ଟରପ୍ରାଇଜ ରିସ୍କ ମ୍ୟାନେଜମେଣ୍ଟର ଶୁଭାରମ୍ଭ କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ବିଶାଳ ସାର୍ବଜନୀନ “ମହା ସତସଂଗ”ରେ ହଜାର ହଜାର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଏବଂ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଜନସାଧାରଣ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତି, ଧ୍ୟାନ, ଅନୁଗ୍ରହ ଏବଂ ଜ୍ଞାନର ଉପଲବ୍ଧି କରି ପାରିଥିଲେ, ଯାହାଦ୍ୱାରା ପରିବେଶକୁ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବରେ ଚିରସ୍ମରଣୀୟ କରିଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ