ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦ୍ୱିତୀୟ ବାର୍ଷିକ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ -୨୦୨୫ଏହା ବାଲିଯାତ୍ରା ଭଳି ଲାଗୁଛି। ବୋଇତ ବନ୍ଦାଣ ଆମ ଐତିହ୍ୟ ଓ ପରମ୍ପରାର ପ୍ରତୀକ, ଏହାକୁ ଆମେ କେବଳ ବଡ଼ ମେଳା ଭାବେ ଗ୍ରହଣ କରୁନା ବରଂ ବୋଇତବନ୍ଦାଣ ଓଡିଶାବାସୀ ତଥା ଉପକୂଳବର୍ତ୍ତୀ ଅସ୍ତରଙ୍ଗ ବାସୀଙ୍କ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ରହି ଆସିଛି। ସମୟ କ୍ରମେ ତାଳଦା ଓ ତରାସାହି ଗ୍ରାମପଂଚାୟତ ମିଳିତ ଉଦ୍ୟମ ଓ ପ୍ରୟାସ ଏହା ନିଶ୍ଚିତ ଦିନେ ନା ଦିନେ ରାଜ୍ୟ ସ୍ତରରେ ପହଂଚିବ। ଯାହା ଆମ ପାଇଁ ନିଶ୍ଚିତ ଗୌରବର ବିଷୟ ବୋଲି ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ।୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ର ତୃତୀୟ ସନ୍ଧ୍ୟାରେ କମିଟିର ସଭାପତି ଶ୍ରୀଯୁକ୍ତ ବିଜୟ ପଢିୟାରୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ବିଜେପି ଦଳର ପୁରୀ ଜିଲ୍ଲା ସଭାପତି ଡ଼ଃ ଦେବେନ୍ଦ୍ର ନାଥ ତରାଇ, ଅନ୍ୟତମ ଅତିଥି ଭାବେ ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ଆରତୀ ନାଏକ, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ବିଜେପି ପୁରୀ ଜିଲ୍ଲା ଉପସଭାପତି ରତିକାନ୍ତ ବେହେରା, ସମାଜସେବୀ ତଥା କମିଟି ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରତାପ ପରିଡା, ଜଗତସିଂହପୁର ସାଂସଦ ଙ୍କ ପୁରୀ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ଅସ୍ତରଙ୍ଗ ମଣ୍ଡଳ ୧ର ସଭାପତି ତଥା ସମାଜସେବୀ ଇନ୍ଦ୍ରମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଦାୟିତ୍ୱରେ କମିଟି ଉପସଭାପତି ପ୍ରଦୀପ୍ତ ବିଶ୍ୱାଳ, ତରାସାହି ସରପଞ୍ଚ ରାଜକିଶୋର ବେହେରା, ତାଳଦା ସରପଞ୍ଚ ଦୀପକ ପରିଡା, ରାଜେନ୍ଦ୍ର ମହାନ୍ତି (ରାଜା ), ଦିବାକର ସାହୁ, ପ୍ରଫୁଲ୍ଲ ସେନାପତି, ସମାଜସେବୀ ବିଜନ କୁମାର ପରିଡା, ମାନସ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ।ତୃତୀୟ ସନ୍ଧ୍ୟାରେ ମଞ୍ଚରେ ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ଭରପୁର ମନୋରଞ୍ଜନ କରିଥିଲେ। ଏହା ସହ ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା କୁ ସଂଯୋଗ କରୁଥିବା ତାଳଦା ସେତୁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଯୁବପୀଢ଼ି ଙ୍କ ବେଶ ଭିଡ଼ ଜମୁଛି। ଏହା ସହ ଦୂରଦୁରାନ୍ତ ଯାତ୍ରୀ ଙ୍କ ମେଳାରେ ଭିଡ଼ ଜମୁଛି। ଦିନ ଗଡ଼ିବା ସାଙ୍ଗକୁ ବଢ଼ି ବଢ଼ି ଚାଲିଲାଣି ଆକର୍ଷଣ। ସନ୍ଧ୍ୟା ପରେ ଦେବୀ ନଦୀପଠାରେ ଜନସ୍ରୋତ ପରମ୍ପରା କୁ ଦୋହରାଇଛି। କୁହାଯାଏ କାନ୍ଧକୁ କାନ୍ଧ ନ ବାଜିଲେ ସେ କି ଯାତରା। ଏହାର ପ୍ରତିଫଳନ ଭିଡ଼ରେ ବେଶ ପ୍ରତିଫଳନ ଦେଖିବାକୁ ମିଳୁଛି। ଯାହା ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବର ଉଷ୍ମତା କୁ ବଢ଼ାଉଛି। ତୃତୀୟ ସନ୍ଧ୍ୟାରେ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ର, ଛାତ୍ରୀ ମାନେ ଯାତ୍ରା ବୁଲିବା ସହ ଖାଦ୍ୟପେୟର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ପୂର୍ବରୁ ତାଳଦା ସେତୁ ଉପରେ ଗାଡି ମୋଟର ଲମ୍ବା ଧାଡି। ଗୁରୁବାର ଯୋଗୁଁ ଛାଡ଼ଖାଇ ପାଳନ ହୋଇନଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ମେଳାରେ ପଡ଼ିଥିବା ଆମିଷ ଷ୍ଟଲ ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଯାହା ଏହି ବୋଇତ ବନ୍ଦାଣ ଉତ୍ସବ ଜଗତସିଂହପୁର ଜିଲ୍ଲା ଓ ପୁରୀ ଜିଲ୍ଲା ସ୍ଥାନୀୟ ଅଞ୍ଚଳବାସୀ ଶୀତୁଆ ସନ୍ଧ୍ୟାରେ ମନୋରଞ୍ଜନ ଭରପୁର ମଜା ନେଉଛନ୍ତି।


