ଭାଟଖାଲି ଗ୍ରାମରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀ ଗିରଫ

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ପଞ୍ଚାୟତର ଭାଟଖାଲି  ଗ୍ରାମରେ  ଜଣେ ବିବାହିତା ମହିଳାଙ୍କ ସନ୍ଦେହ ଜନକ  ମୃତ୍ୟୁ ଘଟିଛି। ମୃତକ ମହିଳା ଜଣକ ହେଲେ ରଂଜିତା ଡାକୁଆ (୨୫)। ମୃତକ ରଂଜିତା ଡାକୁଆଙ୍କ ସ୍ୱାମୀ ଟୁକୁନା ଡାକୁଆ ଫୋନ ଯୋଗେ ଶଳା କେଶବ ଡାକୁଆଙ୍କୁ ଜଣାଇଥିଲେ କି ତୁମ ଭଉଣୀ ରଞ୍ଜିତା ଆତ୍ମହତ୍ୟା କରିଛି। ସଙ୍ଗେ ସଙ୍ଗେ ମୃତ ରଞ୍ଜିତାଙ୍କ ଭାଇ କେଶବ ଘଟଣା ସ୍ଥଳରେ ପହଞ୍ଚି ଭଉଣୀ ମରି ପଡ଼ିଥିବା ଦେଖିଥିଲେ। ଘଟଣାକୁ ଦେଖି ଭଉଣୀ ରଂଜିତା ଆତ୍ମହତ୍ୟା କରି ନାହିଁ, ତାକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି  କେଶବ ଡାକୁଆ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ଏବଂ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପୋଲିସ ଅଭିଯୋଗକୁ ଭିତି କରି କବିସୂର୍ଯ୍ୟନଗର ଥାନା କେସ ନଂ ୭୭୨/୨୫ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ମୃତ ରଞ୍ଜିତାଙ୍କ ସ୍ୱାମୀ ଟୁକୁନା ଡାକୁଆକୁ ଗିରଫ କରାଯାଇଥିବା କବିସୂର୍ଯ୍ୟନଗର ଆଇଆଇସି ନିରଞ୍ଜନ ଦାସ ପ୍ରକାଶ କରିଛନ୍ତି। ମୃତକ ରଂଜିତାଙ୍କ ୫ ବର୍ଷର ଝିଅ ଓ ୩ ବର୍ଷର ପୁଅଟିଏ ଅଛି। ପୋଲିସ ମର ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ପୋଲିସ ତଦନ୍ତ ଜାରୀ ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ