ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳନ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ବର ସଦର ବ୍ଲକ ପାଖରସାଉଁ ରାମଚନ୍ଦ୍ର ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶିଶୁ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ରେ ଏଜୁକେସନାଲ ଟ୍ରଷ୍ଟ ଆନୁକୂଲ୍ୟରେ କୃତିମ ବୁଦ୍ଧିମତା (AI) ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ପ୍ରଭାତ କୁମାର ପରିଡ଼ା ସଭାରେ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରହ୍ମାନନ୍ଦ ସ୍ୱାଇଁ ଯୋଗ ଦେଇ ଶିଶୁ ଦିବସ ରେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନର ଯୁଗରେ AI ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶିବବ୍ରତ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ପରିଚାଳନା ସମିତି ଉପସଭାପତି ବନଲତା ଦାସ,ସହ ସମ୍ପାଦିକା ସ୍ଵର୍ଣ୍ଣ ପ୍ରଭା ପୁହାଣ ପ୍ରମୁଖ ଯୋଗଦେଇ AI ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମିତିର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ସାମଲ ପ୍ରାରମ୍ଭିକ ବକ୍ତବ୍ୟରେ AI ଏଜୁକେସନାଲ ଟ୍ରଷ୍ଟ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ବିଦ୍ୟା ମନ୍ଦିର ର ପ୍ରଧାନ ଗୁରୁଜୀ ସୁକାନ୍ତ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ବନପ୍ରଭା ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ବିଦ୍ୟା ମନ୍ଦିରର ଗୁରୂମା ଆରତୀ ବାରିକ, ସଂଯୁକ୍ତା ସେଠୀ, ଅନନ୍ୟା ଦାସ, ଅଲିଶା ପାତ୍ର,ସୁଚରିତା ଶତପଥୀ,ନମିତା ମହାନ୍ତି,ମଧୁସ୍ମିତା ମହାଳିକ,ଅପା ପଦ୍ମିନୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ ପିଲାମାନଙ୍କୁ AI ପୁସ୍ତକ ଅତିଥି ଗଣ ପ୍ରଦାନ କରିଥିଲେ।


