ପିତାନାଉ ଜଙ୍ଗଲରେ ହାତୀ ଛୁଆର ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ପିତାନାଉ ଜଙ୍ଗଲରେ ହାତୀ ଛୁଆର ମୃତ୍ଯୁ ଘଟିଛି। ହାତୀ ଛୁଆର ବୟସ ୩ରୁ ୪ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ହତୀ ମାରିଥିବା ସୂଚନା ପାଇ ଆନନ୍ଦପୁର ଡ଼ିଏଫଓ ପ୍ରଶାନ୍ତ କୁମାର ପଣ୍ଡା, ରେଞ୍ଜର ମାର୍ସଲ କିସ୍କୁ, କାଠକଟା ଫରେଷ୍ଟର ଲଷ୍ମୀଧର କିସ୍କୁ ପ୍ରମୁଖ ପହଞ୍ଚି ହାଟଡିହି ଓ ଆନନ୍ଦପୁର ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଇଥିଲେ। ହାତୀର ବାହାରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ରେ ଜଣା ପଡିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।


