ବିଜେଡିର ଯୁବ ଛାତ୍ର ସମାବେଶ

ହାଟଡିହି (ଓ୍ବାଇଏନଏସ): ଇଞ୍ଚୋଳ ଠାରେ ବିଜେଡିର ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ତଥା ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ  ଅମରେନ୍ଦ୍ର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ହାଟଡିହି ବ୍ଲକର ୩୧ଟିଯାକ ପଞ୍ଚାୟତରୁ ଯୁବ ଓ ଛାତ୍ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଏହି ସମାବେଶରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେଡି ନେତା ରାକେଶ ରାମ, ଦେବପ୍ରିୟ ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ପରିଷଦ  ବିମ୍ବାଧର ବିଶ୍ୱାଳ, ଜିତେନ୍ଦ୍ର ସାମଲ, କୌଶଲ୍ୟା ସେଠୀ, ହାଟଡିହି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ଆନନ୍ଦପୁର ବ୍ଲକ ବିଜେଡି ସଭାପତି ରାମଚନ୍ଦ୍ର ପଲେଇ, ବିଜେଡି ନେତା ବିଶ୍ୱନାଥ ନାୟକ, ବିକ୍ରମ ବିଶ୍ୱାଳ, ପ୍ୟାରୀ ମୋହନ ମଲ୍ଲିକ, ବିମଳ କିଶୋର ଜେନା, ସରପଞ୍ଚ ଚିନ୍ମୟ ନାୟକ, ରବୀନ୍ଦ୍ର ଜେନା, ଅଜିତ ରାଉତ, ଜଗବନ୍ଧୁ କାଣ୍ଡି, ନନ୍ଦୁ ଚରଣ ଜେନା, କୈଳାଶ ରାଉତ, ଯୁଗଳ କିଶୋର ଦାସ, ବିଶ୍ୱନାଥ ନାୟକ, ଉଦୟନାଥ ସା, ରଞ୍ଜନ ପହି, ଗୌରାଙ୍ଗ ରଣା, ପ୍ରତାପ ଦେଓ, ବୀରେନ୍ଦ୍ର ବିଶ୍ୱାଳ, ଗଦାଧର ଦାସ, ସୂର୍ଯ୍ୟମଣୀ ବେହେରା, ଟୁନା ପଟ୍ଟନାୟକ, ଗୋପାଳ ନାୟକ, କାମପାଳ ନାୟକ, ମଦନ ମୋହନ ନନ୍ଦି, ଦିଲୀପ ମଲ୍ଲିକ, ରତ୍ନାକର ବିଶ୍ୱାଳ, ଗୌରାଙ୍ଗ ରଣାଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଯୋଗଦେଇ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଦଳର ସୋସିଆଲ ମିଡ଼ିକୁ ଅଧିକ କ୍ରିୟାଶୀଳ କରିବା ଉପରେ ସମସ୍ତେ ମତ ରଖିଥିଲେ। ଆଗାମୀ ଦିନରେ ପ୍ରତି ପଞ୍ଚାୟତ ମାନଙ୍କରେ ବୈଠକ କରି ସଂଗଠନକୁ ମଜବୁତ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା। ଜିଲ୍ଲା ଯୁବ ବିଜେଡି ନେତା ଦୀପ୍ତି ରଞ୍ଜନ ଦାସ ମଞ୍ଚ ସଂଯୋଜନା କରିଥିଲେ। ଅରୂପ ସା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ