ନୂତନ ପଞ୍ଚାୟତ ଗଠନ ଦାବିରେ ମିଠିଗାଁ ଗ୍ରାମବାସୀଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ହାଟଡିହି  (ଓ୍ବାଇଏନଏସ): ନୂତନ ପଞ୍ଚାୟତ ଗଠନ ଦାବିରେ ମିଠିଗାଁ ଗ୍ରାମବାସୀଙ୍କ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅନ୍ତର୍ଗତ ସଢ଼ା ପଞ୍ଚାୟତରେ ଥିବା ଏହି ଗ୍ରାମର ଲୋକମାନେ ପଞ୍ଚାୟତ ଠାରୁ ୬ କିଲୋମିଟର ଦୂରରେ ରହୁଥିବାରୁ ପଞ୍ଚାୟତର ସମସ୍ତ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି। ସଢ଼ା ଏବଂ ଢ଼େଙ୍କା ଗ୍ରା.ପ.କୁ ଯିବା ପାଇଁ ଏହିସବୁ ଗାଁ ଲୋକମାନଙ୍କୁ ପାଖାପାଖୁ ୬ କି.ମି. ରାସ୍ତା ଅତିକ୍ରମ କରିବାକୁ ପଡ଼ୁଅଛି, ଯାହା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୟୋବୃଦ୍ଧ, ମହିଳା, ଦିବ୍ୟାଙ୍ଗ ମାନେ ଭତ୍ତା ଖଣ୍ଡିଏ ପାଇଁ ନାନା ଅସୁବିଧା ଭୋଗୁଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ପଞ୍ଚାୟତ ଗଠନ ପାଇଁ ଦାବି କରିଥିଲେ ବି ତାହା ଫାଇଲ ତଳେ ଚାପି ହୋଇ ରହିଗଲା। ତେଣୁ  ସଢ଼ା  ଓ ଢ଼େଙ୍କା ଗ୍ରାମ ପଞ୍ଚାୟତ ଅଧିନସ୍ଥ ମିଠିଗାଁ, ନାହା, , ପଦାଗୁଖା, ଜନ୍ତାଳପଦୀ, ରଘୁନାଥପୁର, ବରଗଢ଼ିଆ, ମୋଟରାଗଢ଼ିଆ, ଧରମପୁର, ତେନ୍ତୁଳିପଦୀ ଓ ବାରିଗାଁ ଗ୍ରାମକୁ ନେଇ ଏକ ନୂତନ ପଞ୍ଚାୟତ ଗଠନ ହେଲେ ସେମାନେ ଉପକୃତ ହେବେ। ମିଠିଗାଁର ଭୌଗଳିକ ସ୍ଥିତି, ଆନୁସଙ୍ଗିକ ସୁବିଧା ସୁଯୋଗ ଏବଂ ବହୁଳ ଜନସଂଖ୍ୟାକୁ ଲକ୍ଷ୍ୟ କରି ନୂତନ ପଂୟୟତ ଗଠନ କରାଇବା ନିମନ୍ତେ ପଦ୍ମନାଭ ଧଳ, ଶତ୍ରୁଘ୍ନ ଖୁଣ୍ଟିଆ, ଦୀପକ ଜେନା, ସନ୍ତୋଷ ଜେନା, ରବୀନ୍ଦ୍ର ରାଉତ, ରଙ୍କ ନିଧି ନାୟକ, ନିତ୍ୟାନନ୍ଦ ଜେନା, ବିଦ୍ୟାଧର ଜେନା, ମାୟାଧର ଜେନା, ଚନ୍ଦନ ରାଉତ, କୃଷ୍ଣ ଚନ୍ଦ୍ର ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀ ମାନେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ