ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଖତ ଗଦାରେ ଖତ ହୋଇ ପଡିଛି ମହାପ୍ରୟାଣ ସେବା ଗାଡି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ନୂଆଗାଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛି ମହାପ୍ରୟାଣ ସେବା ଗାଡି. ହେଲେ ସେବା ଗାଡିଟି ଖତ ଗଦାରେ ଅକାମୀ ହୋଇ ଦୀର୍ଘ ଦିନ ଧରି ପଡ଼ିରହିବା ଯୋଗୁଁ ଏହାର କୌଣସି ସୁଫଳ ଲୋକେ ପାଇ ପାରୁନାହାନ୍ତି. ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ରୋଗୀଙ୍କ ମୃତ୍ୟୁ ଘଟିଲେ ପରିବାରବର୍ଗ ଶବକୁ ନିଜ ଘରକୁ ନେବା ପାଇଁ 4/5 ଘଣ୍ଟା ଅପେକ୍ଷା କରିବାକୁ ପଡୁଛି. ଏନେଇ ସାଧାରଣଙ୍କ ଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି. ଏଠାରେ ସୂଚନାଯୋଗ୍ୟଯେ, ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ପାଲପୁର ଗ୍ରାମର ମହିଳା ପାର୍ବତୀ ଦଳବେହେରା(୬୩)ଙ୍କ ମୃତ୍ୟୁ ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ସେବା ଗାଡି ଅଚଳ ହୋଇ ଖତ ଖାଉଥିବା ଯୋଗୁଁ ଶବ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ଥିଲେ ପରିବାରବର୍ଗ. ଘଣ୍ଟା ଘଣ୍ଟା ଅପେକ୍ଷା ପରେ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ଡାକ୍ତରଖାନା ଠାରୁ  ଆସିଥିଲା ମହାପ୍ରୟାଣ ଗାଡି। ମୃତ୍ୟୁ ମହିଳାଙ୍କ ପୁଅ ସୋଲମନ ଦଳବେହେରା, ମଙ୍ଗଲ ଦଳବେହେରା, ପରିଜନ ରାଜିନ ମଣ୍ଡଳ ଏବଂ ରାଇକା ରଇତ ପ୍ରମୁଖ ଏନେଇ ବହୁ ସମୟ ଅପେକ୍ଷା କରି ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହିଭଳି ଅନେକ ସମୟରେ ଘଟୁ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ଲକର ୧୯ଟି ପଞ୍ଚାୟତ ଏବଂ ଆଖ ପାଖ ବ୍ଲକର ଲୋକେ ନିର୍ଭର କରିଥାନ୍ତି। ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରରେ କାହାର କୌଣସି କାରଣରୁ ମୃତ୍ୟୁବରଣ କଲେ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ନିମନ୍ତେ କିମ୍ବା ଅସୁସ୍ଥ ବ୍ୟକ୍ତି ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁବରଣ କଲେ ମୃତ୍ୟୁ ବରଣ ହୋଇଥିବା ପରିବାର ଏବଂ ପରିଜନ ଘଣ୍ଟା ଘଣ୍ଟା ଅପେକ୍ଷା କରି ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି। ତେଣୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିମନ୍ତେ ନୂତନ ମହାପ୍ରୟାଣ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଠାରେ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ