ତାଲୁକ ଆଇନ ସେବା କମିଟି ପକ୍ଷରୁ ଚିତାଙ୍କନ ପ୍ରତିଯୋଗିତା

ଛତ୍ରପୁର, (ଓ୍ବାଇଏନଏସ):  ଶିଶୁ ଦିବସ -୨୦୨୫ ପାଳନ  ଅବସର ରେ ତାଲୁକ ଆଇନ ସେବା କମିଟି ପକ୍ଷରୁ  ଛତ୍ରପୁର ଠାରେ  ଚିତ୍ରାଙ୍କନ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।  ଛତ୍ରପୁର ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଯୋଗିତା ରେ ଛତ୍ରପୁର ଓ ଗଞ୍ଜାମ ବ୍ଲକ ର ୭  ରୁ ୧୦ ମ ଶ୍ରେଣୀ ର ବହୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ,  ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ସିନିୟର ସିଭିଲ ଜଜ ପୂଜା ଦେ,  ଏସଡିଜେଏମ ପ୍ରିତିଶ କୁମାର ରଥ  ଓ ଜେଏମଏଫସି ସ୍ଵାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ, ଶେଷରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ