ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୃହ ସମ୍ପର୍କ ଅଭିଯାନ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ଶତାବ୍ଦୀ ବର୍ଷରେ ପଦାର୍ପଣ କରିଛି। ୧୯୨୫ ବିଜୟା ଦଶମୀରେ ଡାକ୍ତର କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ସଂଗଠନ ଏବେ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ସଂଘ ଶତାବ୍ଦୀ ବର୍ଷର ୭ଟି କାର୍ଯ୍ୟକ୍ରମ ହାତକୁ ନେଇଛି। ଶତାବ୍ଦୀ ବର୍ଷର ତୃତୀୟ କାର୍ଯ୍ୟକ୍ରମ ଗୃହ ସମ୍ପର୍କ ଅଭିଯାନର ଉଦଘାଟନ ଉତ୍ସବ ସ୍ଥାନୀୟ ରାଜାବଗିଚାସ୍ଥିତ ରାଧାକୃଷ୍ଣ ମନ୍ଦିରରେ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂଘର ବାଲେଶ୍ୱର ଜିଲ୍ଲା କାର୍ଯ୍ୟବାହ ବିଜୟ କୁମାର ଦାସ ଯୋଗଦେଇ କହିଲେ ଯେ, ଶତାବ୍ଦୀ ବର୍ଷରେ ସଂଘର ସ୍ୱୟଂସେବକ ମାନେ ପ୍ରତେକ ଘର ଓ ପରିବାରକୁ ସମ୍ପର୍କ କରିବେ। ଏହି ସମ୍ପର୍କ ସମୟରେ ସ୍ୱୟଂସେବକମାନେ ୧୦୦ ବର୍ଷର ସଂଘ ଯାତ୍ରାରେ ହୋଇଥିବା ପ୍ରମୁଖ କାର୍ଯ୍ୟ ସମ୍ପର୍କରେ ଜଣାଇବେ। ଏହାସହ ସମସ୍ତଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟରେ ସହଭାଗୀ ହେବାକୁ ଅନୁରୋଧ କରିବେ। ଶତାବ୍ଦୀ ବର୍ଷରେ ସଂଘ ସମାଜର ଉତ୍ଥାନ ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ବଦେଶୀ ଦ୍ରବ୍ୟ ଓ ବିଚାର, ସାମାଜିକ ସମରସତା ଓ ନାଗରିକ କର୍ତ୍ତବ୍ୟବୋଧ ସମ୍ପର୍କରେ ସଂଘର ସ୍ୱୟଂସେବକମାନେ ବର୍ଷ ବ୍ୟପୀ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ଶ୍ରୀ ଦାସ କହିଥିଲେ।  କାର୍ଯ୍ୟକ୍ରମରେ ବାଲେଶ୍ୱର ନଗର ସଂଘଚାଳକ ମାନନୀୟ ଗୋପାଳ ନାୟକ, ଅଭିଯାନର ସହ ସଂଯୋଜକ ଜ୍ଞାନରଞ୍ଜନ ଦାସ, ବାଲେଶ୍ୱର ନଗର କାର୍ଯ୍ୟବାହ ରମେଶ ଚନ୍ଦ୍ର ମହାକୁଡ଼, ସହ କାର୍ଯ୍ୟବାହ ରମାକାନ୍ତ ଜେନା, ବରିଷ୍ଠ କାର୍ଯ୍ୟକର୍ତା ରଘୁନାଥ ପାତ୍ର, ଆମରନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ