ବିଦ୍ୟୁତ ଟ୍ରାନ୍ସଫରମର ଅଚଳ ଯୋଗୁଁ ବିକ୍ଷୋଭ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ  ଚୌଧୁରୀ ଟିକରପଡା ଗ୍ରାମ ଗଣିଆ ସାହିରେ ଗତ ୨ ଦିନ ପୂର୍ବେ ବିଦ୍ୟୁତ ଟ୍ରାନ୍ସଫରମର ପୋଡ଼ି ଯାଇଛି। ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ଅନ୍ଧକାରରେ ବିତୁଛି ସାହି ବାସିନ୍ଦା ଙ୍କ ଜୀବନ । ସନ୍ଧ୍ୟା ହେଲେ ସାହି ରାସ୍ତା  ସମ୍ପୂର୍ଣ୍ଣ ଅନ୍ଧକାର ହୋଇ ପଡ଼ିଥିଲେ ବିଦ୍ୟୁତ ବିଭାଗର କୈାଣସି ଅଧିକାରୀ କିମ୍ବା କର୍ମଚାରୀ ଅଚଳ ଟ୍ରାନ୍ସଫରମର ମରାମତି କରୁନଥିବା କାରଣରୁ  ବୁଧବାର ସକାଳେ ଉତ୍ତେଜିତ ସାହି ବାସିନ୍ଦା ବମକୋଇ ଗ୍ରାମ ସ୍ଥିତ ଟିପିଏସଓଡିଏଲ ଟାଟା ପାୱାର ଦେଓଖାଳି ଗ୍ରାମ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟରେ ପହଞ୍ଚି ଅଚଳ ବିଦ୍ୟୁତ ଟ୍ରାନ୍ସଫରମର ମରାମତି କରି  ତୁରନ୍ତ ବିଦ୍ୟୁତ ସରବରାହ ଯୋଗାଇଦେବା ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଇଂ.ଅମୃତ ନାହାକ  ଙ୍କୁ  ପ୍ରଦାନ କରିଥିଲେ। ଅଧିକା ଲୋଡିଂ ଯୋଗୁଁ ଟ୍ରାନସଫରମର ଟି ପୋଡ଼ି ଯାଇଥିଲା। ସନ୍ଧ୍ୟାରେ  ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ୧ ଶହ କେ. ଭି କ୍ଷମତାର  ନୂଆ  ବିଦ୍ୟୁତ ଟ୍ରାନସ ଫରମର ସଂଯୋଗ କରି ବିଦ୍ୟୁତ ସରବରାହ ଚାଲୁ କରିଥିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି।ଏନେଇ ଦିଗପହଣ୍ଡି ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ହରିହର ଦତ୍ତ ଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସମସ୍ୟା ସମାଧାନ କରାଯାଇଥିବା  ଜଣାଇଛନ୍ତି। ଅପରପକ୍ଷରେ ଚୌଧୁରୀ ଟିକରପଡ଼ା ଗାଁ ରେ ବହୁ ସଂଖ୍ୟକ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ଚୋରି କରୁଥିବା ଅଭିଯୋଗ ହୋଇଥିଲା।ବିଦ୍ୟୁତ ଭିଜିଲାନ୍ସ ଟିମ୍ ଗାଁ ରେ ଚଢାଉ କରି ୧୨୮ ଉପଭୋକ୍ତା ଙ୍କ ବିଦ୍ୟୁତ ମିଟର ଟାମ୍ପରିଂ ଧରିବା ସହ ଜରିମାନା ଧାର୍ଯ୍ୟ କରିଥିଲେ।ପରବର୍ତ୍ତୀ ଅବସ୍ଥାରେ ବିଦ୍ୟୁତ ବିଭାଗ ଜରିମାନା ୩୦ ପ୍ରତିଶତ ହ୍ରାସ କରିଥିଲେ ମଧ୍ୟ ବହୁ ସଂଖ୍ୟକ ଉପଭୋକ୍ତା ଜରିମାନା ପୈଠ କରିନଥିବା ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ