କେନ୍ଦ୍ରୀୟ ଶିକ୍ଷା ଟିମ୍ ସଦସ୍ୟଙ୍କ ମଡେଲ ସ୍କୁଲ ପରିଦର୍ଶନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଫାଉଣ୍ଡେସନାଲ ଲିଟ୍ରେସି ଏବଂ ନୁମ୍ରେସି (ଏଫ୍ଏନଏଲ୍) ମଡେଲ ସ୍କୁଲ ର ମାନ୍ୟତା ପାଇଥିବା ମଧୁ ବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ କୁ ବୁଧବାର କେନ୍ଦ୍ରୀୟ ଶିକ୍ଷା ଫାଉଣ୍ଡେସନ ର ବରିଷ୍ଠ ପ୍ରକଳ୍ପ ଲିଡର ନୀତିନ ଶର୍ମା ଏବଂ ରାଜ୍ୟ ଓସେପା ନିପୁଣ ସେଲ୍ ର ସଦସ୍ୟ ଶୁଭ୍ରାଂଶୁ ଦାସ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ବିଦ୍ୟାଳୟର ଭିତ୍ତିଭୂମି,ଶିକ୍ଷାଦାନ କୌଶଳ, ଛାତ୍ର ଛାତ୍ରୀ ଙ୍କ ମୌଳିକ ପଠନ,ଲିଖନ ଓ ଗଣିତ ଜ୍ଞାନ ପରଖିବା ସହ ବିଦ୍ୟାଳୟର ସମସ୍ତ ପଠନ କାର୍ଯ୍ୟକ୍ରମ ବ୍ୟତୀତ ରାଜ୍ୟ ସରକାରଙ୍କ ପଢ଼ିବା ଓ ଗଢ଼ିବା ଓଡ଼ିଶା , କେନ୍ଦ୍ର ସରକାରଙ୍କ ନିପୁଣ ଭାରତ ଓ ରାଜ୍ୟ ସରକାରଙ୍କ ନିପୁଣ ଓଡ଼ିଶା ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ପ୍ରତ୍ୟେକ ଶ୍ରେଣୀ ଶିକ୍ଷାର୍ଥୀଙ୍କ ପଠନ ,ଗାଣିତିକ ଦକ୍ଷତା ର ମଧ୍ୟ ପରିମାପ କରିଥିଲେ । ନିପୁଣ ଓଡ଼ିଶା ଓ ନିପୁଣ ଭାରତ କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ନେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରିଥିଲେ। ଶିକ୍ଷାଟିମ୍ ପରିଦର୍ଶନ ସମୟରେ ଦିଗପହଣ୍ଡି ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝି, ସିଆରସିସି ଅନିଲ କୁମାର ଦାସ, ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ, ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା, ଶିକ୍ଷୟତ୍ରୀ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


