ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ :ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ

କାକଟପୁର /ଅସ୍ତରଙ୍ଗ :-(ଶୁଭାଶିଷ ଖଣ୍ଡୁଆଳ ):-ଦେଶବ୍ୟାପି ଚାଲିଥିବା ଅଭିଯାନ ବୃକ୍ଷରୋପଣ ‘ଏକ ପେଡ ମା କେ ନାମ୍ “ଅର୍ଥାତ (ମା ପାଇଁ ଗୋଟିଏ ଗଛ )ଟିଏ ଯୋଜନାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ବ୍ୟାପକ ଅନିୟମିତତା ହୋଇଥିବା ଜଣା ପଡିଛି। ଏହି ବ୍ଲକର ପ୍ରାୟତଃ ପଂଚାୟତ ଗୁଡିକରେ ବୃକ୍ଷରୋପଣ ନକରି ଅର୍ଥ ହରିଲୁଟ କରିବାକୁ ମସୁଧା କରାଯାଇଛି। ଏମିତିକି କିଛି ପଂଚାୟତ ମାନଙ୍କରେ ଶ୍ରମିକ ମାନେ ବୃକ୍ଷ ରୋପଣ ଓ ରକ୍ଷଣା ବେକ୍ଷଣ କରୁଥିବା ନେଇ ମନରେଗା ଯୋଜନାରେ ଅର୍ଥ ଉଠାଇ ନେଇଛନ୍ତି। ମାତ୍ର ସେହି ପଂଚାୟତ ଗୁଡିକରେ ରୋପଣ ହୋଇଥିବା ବୃକ୍ଷର ନାଁ ଗନ୍ଧ ନଥିବା ଦେଖିବାକୁ ମିଳିଛି। ବିଶେଷକରି ଅସ୍ତରଙ୍ଗ ବ୍ଲକ ଅଂଚଳରେ ସରକାର ଧନ କୁ ଆତ୍ମସାତ କରିବାକୁ କିଛି ଅସାଧୁ କର୍ମଚାରୀ ଓ କୁଜି ନେତା ପକେଟ ଗରମ କରିବା ପାଇଁ ବୃକ୍ଷ ଲଗାଇବା ନାଁରେ ଅର୍ଥ ଆତ୍ମସାତ କରିଛନ୍ତି।  ତେବେ ଲଗାଯାଇଥିବା ଏହି ଗଛର ଯତ୍ନ ନେବାକୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ସୁଦ୍ଧା ସେ ଗଛ କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି। ତେବେ ଏ ଘଟଣା କୁ ସ୍ୱତନ୍ତ୍ର ଟିମ୍ ତଦନ୍ତ କଲେ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସିବ। ଏହା ଏକ ବଡ଼ ଧରଣର ଦୁର୍ନୀତି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ପେଡି ଖୋଲିବ ବୋଲି ଦାବୀ ଉଠିଛି।   ସୂଚନା ମୁତାବକ,”ଏକ ପେଡ ମା କେ ନାମ୍ (ମା ପାଇଁ ଗୋଟିଏ ଗଛ )ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଜୁନ ୫ତାରିଖ ବିଶ୍ୱ ପରିବେଶ ଦିବସରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଯାହା ଲୋକଙ୍କୁ ସେମାନଙ୍କର ମା ଓ ପୃଥିବୀକୁ ସଂମ୍ମାନ କରିବା ପାଇଁ ଉତ୍ସାହିତ କରିବ ଏବଂ ସବୁଜ ଆବରଣ ଓ ପରିବେଶଗତ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଯୋଜନା କରାଯାଇଥିଲା। ଏହି ଅଭିଯାନ ରେ ଅସ୍ତରଙ୍ଗ ବ୍ଲକର ୧୫ଗୋଟି ପଂଚାୟତ କୁ ନିମ୍ବ, ଆମ୍ବ ଆଦି ମୂଲ୍ୟବାନ ୫ଶହ ଚାରା ବିଭାଗ ତରଫରୁ ଯୋଗାଇ ଦିଆଯାଇଥିଲା। ଚାରା ରୋପଣ ଓ ଯତ୍ନ ନେବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯିବାର ମଧ୍ୟ ପ୍ରାବଧାନ ରହିଛି। ଏହି ଟଙ୍କା ରୁ ୫୦ପ୍ରତିଶତ ଅର୍ଥରେ ଗଛର ଯତ୍ନ ନେବା ପାଇଁ ବାଉଁଶ, ପାଲ କ୍ରୟ କରାଯିବ ଓ ଚାରା ରୋପଣ କରିଥିବା ଶ୍ରମିକଙ୍କ ବ୍ୟାଙ୍କ ଜମା ଖାତା କୁ ସିଧାସଳଖ ଟଙ୍କା ଯିବା ନେଇ ନିୟମ ରହିଛି। ମାତ୍ର ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଲାଣି। ସେହି ସମୟରେ ନେତା, କୁଜି ନେତା ବୃକ୍ଷ ରୋପଣ ଫୋଟ ସାମାଜିକ ଗଣ ମାଧ୍ୟ୍ୟମରେ ଛାଡିଦେଲେ। କିନ୍ତୁ ଲାଗିଥିବା ଗଛର ନାଁ ଗନ୍ଧ ନଥିବା ଦେଖିବାକୁ ମିଳିଛି। ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ହେଉଛି ଶ୍ରମିକ ମାନେ ଚାରା ରୋପଣ ଓ ରକ୍ଷଣା ବେକ୍ଷଣ କରିଥିବା ନେଇ ମନରେଗା ଯୋଜନାରେ ପୋର୍ଟାଲରେ ଶ୍ରମିକଙ୍କ ଉପସ୍ଥାନ ଦର୍ଶାଯାଇଛି। ଜବକାର୍ଡଧାରୀ ମାନେ ଘରେ ଥିବା ବେଳେ ଏହି ଉପସ୍ଥାନ କୁ ଆଲୋଡନ ସୃଷ୍ଟି କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ