ଖେମୁଣ୍ଡି ଓକିଲ ସଂଘର ବୈଠକ : ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ସାଧାରଣ ପରିଷଦ ବୈଠକ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଦେଓ୍ବାନି ବିଚାରପତି ମାନଙ୍କ ଠାରେ ପୂର୍ବରୁ ରହିଥିବା ଫୌଜଦାରୀ ମାମଲା ପରିଚାଳନା କ୍ଷମତାକୁ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଅପସାରଣ କରି ଦିଆଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଦିଗପହଣ୍ଡିରେ ନୂଆରେ ଖୋଲିଥିବା ସବଜଜ୍ କୋର୍ଟଙ୍କ ଠାରେ ଏଏସଜେ କ୍ଷମତା ନଥିବା ଯୋଗୁଁ ଜନ ସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସ୍ଥାପନ କରିବା ପାଇଁ ସର୍ବସମ୍ମତ ଭାବେ ନିଷ୍ପତ୍ତି ଗୃହୀତ ହୋଇଥିଲା।ଏ ସମ୍ପର୍କରେ ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଜିଲ୍ଲା ଜଜ୍ , ଆଇନ ମନ୍ତ୍ରୀ ଏବଂ ହାଇକୋର୍ଟ ବିଚାରପତିଙ୍କ ସହ ସାକ୍ଷାତ ଆଲୋଚନା କରିବ ବୋଲି ଜଣା ଯାଇଥିବା ବେଳେ ଦିଗପହଣ୍ଡିକୁ ସବଡିଭିଜନର ମାନ୍ୟତା ଦିଆଯିବାକୁ ମଧ୍ୟ ସଂଘ ପକ୍ଷରୁ ସରକାରଙ୍କ ଠାରେ ଦାବୀ କରାଯାଇଛି। ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ପ୍ରଦୀପ କୁମାର ନାୟକ, ସହସମ୍ପାଦକ ରବିଚନ୍ଦ୍ର ଗୈାଡ, କୋଷାଧ୍ୟକ୍ଷ ସିମାଞ୍ଚଳ ପ୍ରଧାନଙ୍କ ସମେତ ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ସତ୍ୟ ନାରାୟଣ ରଥ, ଚନ୍ଦ୍ରଧ୍ବଜ ସିଂହ, ହେମନ୍ତ କୁମାର ପାଣିଗ୍ରାହୀ, ରତ୍ନାକର ମେକାପ, ଗିରିଜା ନନ୍ଦନ ମେକାପ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ