ବୋଇତ ବନ୍ଦାଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡା ଆନୁକୂଲ୍ୟରେ ବୋଇତ ବନ୍ଦାଣ ଉତ୍ସବ କେନ୍ଦ୍ରାପଡା ସହର ଉପକଣ୍ଠ ଜଜାଙ୍ଗ ଆଦର୍ଶ ଜେନା ପୋଖରୀ ରେ ସମିତିର ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେହି ପୋଖରୀରେ ବିଗତ ବର୍ଷମାନଙ୍କ ଭଳି ଏକ ସୁସଜ୍ଜିତ ବୋଇତରେ ସାଧବ ବେଶରେ ସଜ୍ଜିତ କୁନି କୁନି ପିଲାମାନେ ବଣିଜ କରିବା ଉଦେଶ୍ୟରେ ଯାଇଥିଲେ। ସେମାନେ ପୋଖରୀ ଚାରି ପାଖରେ ବୁଲି କିଛି ସମୟ ପରେ ପୁନର୍ବାର କୂଳକୁ ଫେରି ଆସିଥିଲେ। ଏହି ସାଧବ ପୁଅମାନଙ୍କୁ ପୋଖରୀ କୂଳରେ ତଅପୋଇ ଓ କୁନି କୁନି ସାଧବାଣୀମାନେ ବନ୍ଦାପନା କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ପିଲାମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଓ ମହିଳାମାନଙ୍କ ମଧ୍ୟରେ ହୂଳହୁଳୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କପାଳେଶ୍ୱର ସରପଞ୍ଚ କଳ୍ପନା ମହାନ୍ତି ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହାକୁ ସମିତି ପକ୍ଷରୁ ଲୋହିତ ମହାନ୍ତି, ସରୋଜକାନ୍ତ ସାହୁ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ସ୍ନେହଲତା ପ୍ରଧାନ, ପ୍ରଦୀପ କୁମାର ସେଠୀ, ଜିଜ୍ଞାସା ସେଠୀ, ଚିତ୍ରସେନ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ନିରଞ୍ଜନ ବେହେରା, ଗୋଲଖ ପଢିଆରୀ, ମୁକ୍ତାର ଖାଁ, ସ୍ୱପ୍ନାରାଣୀ ସିଂ, ବଳରାମ ଦାସ, ହିମାଂଶୁ ଦାସ, ମୀର ମୁର୍ଶିଦ୍ଦ, କମଳାକାନ୍ତ ବେହେରା, ଦେବେନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ଶରତ ଚନ୍ଦ୍ର ଧଳ, ପ୍ରଫୁଲ୍ଲ ଦାସ, ଡ. ଚୈତନ୍ୟ ଚରଣ ପରିଡା, ବଂଶୀଧର ମହାନ୍ତି, ଆକବର ଅଲ୍ଲୀ, ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ପୋଖରୀ ଚର୍ତୁପାଶ୍ୱର୍ରେ ଛିଡା ହୋଇଥିବା ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ