ବାଲେଶ୍ୱର ଲୋକ ମହୋତ୍ସବ ତରଫରୁ ବନ୍ଧୁ ମିଳନ
ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ଲୋକ ମହୋତ୍ସବ କମିଟି ତରଫରୁ ସ୍ଥାନୀୟ ଫାଣ୍ଟାସି ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଓ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ନଭେମ୍ବର ୧୯ ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଆୟୋଜିତ ବାଲେଶ୍ୱର ଲୋକ ମହୋତ୍ସବ ଦ୍ୱିତୀୟ ବର୍ଷ ବହୁ ଆଡମ୍ବର ରେ ସଫଳତାର ସହ ଆୟୋଜିତ ହେଇଥିବାରୁ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥି ସହ ବାଲେଶ୍ୱର ଗଣମାଧ୍ୟମ ପ୍ରତିନିଧି,ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ, ବିଶେଷ ଭାବେ ପୋଲିସ ପ୍ରଶାସନ,ସମସ୍ତ ଦୂର ଦୁରାନ୍ତରୁ ଆସିଥିବା ଷ୍ଟଲ, ସମସ୍ତ ସହଯୋଗର ହାତ ବଢ଼େଇଥିବା ସଂସ୍ଥା ଏବଂ ବିଶେଷ ଭାବେ ବାଲେଶ୍ୱର ବାସୀଙ୍କୁ ଯେଉଁମାନଙ୍କ ସହଯୋଗ ପାଇଁ ଆଜି ବାଲେଶ୍ୱର ଲୋକ ମହୋତ୍ସବ ଦ୍ୱିତୀୟ ବର୍ଷରେ ଶୀର୍ଷରେ ପହଁଚିଛି ଏବଂ ବହୁତ ବ୍ୟକ୍ତି ବିଶେଷ,ନେତୃବୃନ୍ଦ ଯେଉଁମାନଙ୍କ ଏକାନ୍ତ ସହଯୋଗ ଦୁଇ ବର୍ଷ ହେବ ଲୋକ ମହୋତ୍ସବ ଆଗେଇଚାଲିଛି ସେମାନଙ୍କୁ।କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଭାପତି ଅସିତ କୁମାର ଦାସ ପରିଚାଳନା କରିଥିବା ବେଳେ ଅଧକ୍ଷ ବିଶ୍ୱଜିତ ପରମାଣିକ,ଉପଦେଷ୍ଟା ବିପ୍ଳବ ମହାନ୍ତି,ଶାନ୍ତନୁ ଦାସ, ଗୌରାଙ୍ଗ ଦାସ, ଭାଗବତ ସାହୁ,ଉପାଧ୍ୟକ୍ଷ ଜିତେନ୍ଦ୍ର ଦାସ,ଶ୍ରୀମନ୍ତ ମାଝୀ, ବିକାଶ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ଉପସଭାପତି ସିମନ ଦାସ ମହାପାତ୍ର, ସୌଭାଗ୍ୟ ମାନସ ନାୟକ, କୋଷାଧକ୍ଷ ନିଶିତ କୁମାର ବାରିକ, ସମ୍ପାଦକ ରାଜେଶ ମହାକୁଡ଼, ତାପସ ପାଣିଗ୍ରାହୀ, ସଲିମ ଶୋବାସାହ,ସତ୍ୟ ପ୍ରକଶ ପତି,ସାଙ୍ଗଠନିକ ସମ୍ପାଦକ ସମ୍ବିତ ବିଶ୍ୱାଳ, ସଂସୃତିକ ସମ୍ପାଦକ ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ସହ ସମ୍ପାଦକ ଦେବ ଜ୍ୟୋତି ଦାସ ମହାପାତ୍ର, ହିର୍ତ୍ତିକ ନାୟକ, କାର୍ଯ୍ୟକାରୀ ସଦଶ୍ୟ ଜୟରାମ ଦାସ,ସୌମ୍ୟ ରଞ୍ଜନ ଯାଦବ, ଜିତେନ୍ଦ୍ର ମହାଳିକ,ମନୋରଞ୍ଜନ ନନ୍ଦୀ,ଯୋଗେଶ୍ୱର ଭଞ୍ଜ,ଉପେନ୍ଦ୍ର ବେହେରା, ଅଜୟ ପ୍ରଧାନ, ସମରେଶ ସାମଲ, ଜୟନ୍ତ ସେଠି, ଜଗନ୍ନାଥ ପାଣିଗ୍ରାହୀ, ଅନୁପମ ମିଶ୍ର, ସୁଶୀଲ ପଣ୍ଡା, ଲମ୍ବୋଦର ବେହେରା,ନିତ୍ୟାନନ୍ଦ ସେଠି, ଗୌତମ ପ୍ରଧାନ, ଅଜୟ ନାୟକ, ସିଦ୍ଧାର୍ଥ ପଣ୍ଡା,ଦିଲଦାର ହୁସେନ ପ୍ରମୁଖ ଉପସ୍ଥିତ ରହି ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


