ବି.କରଡାବାଡି ହାଇ ସ୍କୁଲରେ ଦ୍ଵିତୀୟ ପିଏମ ଶ୍ରୀ କ୍ରୀଡା
ବୁଗୁଡା, (ଅନୀଲ କୁମାର ମହାରଣା) : ଗଂଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଲକର ବି.କରଡାବାଡି ଗ୍ରାମର ପିଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଡିସେମ୍ବର ୧୧ ତାରିଖ ଦିନ ୨୦୨୫-୨୬ ଶିକ୍ଷା ବର୍ଷର ପିଏମ ଶ୍ରୀ ଦ୍ଵିତୀୟ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କରଚୁଲି ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କ୍ରୀଡ଼ା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ଦୌଡ଼, ଲମ୍ବା ଡିଆଁ, ଉଚ୍ଚା ଡିଆଁ, ସଟପୁଟ ଥ୍ରୋ, ଡିସେକ୍ସ ଥ୍ରୋ ପ୍ରଭୃତି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓମ୍ ପ୍ରକାଶ ନାୟକ ରାଜ୍ୟ ସ୍ତରୀୟ କ୍ରିକେଟ ଟିମରେ ଖେଳି କୃତିତ୍ୱ ଅର୍ଜନ କରିଥିବାରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ସିଦ୍ଧାନ୍ତ କୁମାର ରାଉତ ଓ ବିଭୁ ପ୍ରସାଦ ନନ୍ଦ କ୍ରୀଡ଼ା ଶିକ୍ଷକ ଦ୍ବୟ ଖେଳ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ସହଯୋଗ କରିଥିଲେ ।


