1 ଶହ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପଞ୍ଚତରକା ହୋଟେଲ ନିର୍ମାଣକୁ ବିରୋଧ: ପ୍ରଶାସନ ୧୬୩ ଧାରା ଲଗାଇ ପୋଲିସ ମୁତୟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକରେ ୧ ଶହ କୋଟି ଟଙ୍କା ବ୍ୟୟରେ  ପ୍ରସ୍ତାବିତ ପଞ୍ଚତରକା ହୋଟେଲକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ. ବର୍ଷ ବର୍ଷ ଧରି ଘର ଦ୍ୱାର କରି ରହିଥିବା ଭିଟାମାଟିକୁ ଛାଡ଼ିବୁ ନାହିଁ ଜିଦରେ ଅଟଳ ରହିଛନ୍ତି ମୋହନା ଅନକଡୁଙ୍ଗୁରୁ ଗ୍ରାମର ଗ୍ରାମବାସୀ. ପ୍ରଶାସନିକ ଅଧିକାରୀମାନେ ବାରମ୍ବାର ବାରମ୍ବାର ବୁଝେଇବା ପରେ ସୁଦ୍ଧା ଭିଟାମାଟି ଛାଡିବା ପାଇଁ ଲୋକେ ରାଜି ନ ହେବାରୁ ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନଏସ ଧାରା ୧୬୩ । ଏଠାରେ 3 ପ୍ଲାଟୁନୁ ପୋଲିସ ମୁତୟନ କରାଯାଇଛି. ଏଠାରେ ସୂଚନାଯୋଗ୍ୟଯେ,କିଛିଦିନ ହେଲା ଅନକଡୁଙ୍ଗୁରୁ ମୌଜା ରେ ଥିବା ଖାତା ନମ୍ବର ୧୧, ପ୍ଲଟ ନମ୍ବର ୫୪/୨୪୦ ରେ ଥିବା ୧୨ ଏକର ୨୭ ସେଣ୍ଟ ରହିଛି। ସେହି ସରକାରୀ ଜାଗାରୁ ଇଡ଼କୋ କୁ ୯ ଏକର ୩୬ ସେଣ୍ଟ ଦିଆ ଯାଇଛି। ଗଜପତି ଜିଲ୍ଲାର ମୁଖ୍ୟ ପର୍ଯ୍ୟଟନ କ୍ଷେତ୍ର ହେଉଛି ଚନ୍ଦ୍ରଗିରିରେ ଥିବା ଜିରାଙ୍ଗ ବୌଦ୍ଧ ମନ୍ଦିର। ଏହି ମନ୍ଦିର ସାମ୍ନାରେ ଥିବା ଏହି ସରକାରୀ ଜାଗାରେ ୧୦୦ କୋଟି ବିନିମୟରେ ପଞ୍ଚ ତାରକା ହୋଟେଲ ନିର୍ମାଣ କରାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଅନକଡୁଙ୍ଗୁରୁ ଗାଁ ଲୋକେ ଏହି ଜାଗାରେ ବର୍ଷ ବର୍ଷ ଧରି ଚାଷ କରିବା ସହ ଜୀବିକା ନିର୍ବାହ କରି ଆସୁଛନ୍ତି। ଯାହାକୁ ନେଇ ଗାଁରେ ଥିବା ୩୪ ପରିବାର ବିରୋଧ କରି ଆସୁଛନ୍ତି। ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ବୁଝା ସୁଝା କରି ଲୋକେ ରାଜି ନ ହେବାରୁ ଉକ୍ତ ଜାଗାରେ ବିଏନଏସ ଧାରା ୧୬୩ ଲଗାଇ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି. ଏହି ଘଟଣା ବର୍ତ୍ତମାନ କେଉଁ ମୋଡ଼ ନେବ ତାହାକୁ ନେଇ ମୋହନା ବ୍ଲକରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ