ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକ ବ୍ୟବସ୍ଥା ନଥିବାରୁ ପ୍ରବଳ ଜାଡ ଓ ଶୀତରେ ଦୁଃଖ କଷ୍ଟ ପାଉଛନ୍ତି ଅନ୍ତେବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଠାରେ ଥିବା କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସୁବିଧା ସୁଯୋଗ ଓ ବ୍ୟବସ୍ଥା ନ ଥିବା ଯୋଗୁଁ ଅନ୍ତେବାସୀମାନେ ବର୍ତ୍ତମାନର ପ୍ରବଳ ଜାଡ ଓ ଶୀତରେ ବହୁ ଦୁଃଖ କଷ୍ଟ ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ, ବିଗତ ୧୯୮୯ ମସିହାରୁ ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଏହି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ୪୦ଜଣ କୁନିକୁନି ଆଦିବାସୀ ଛାତ୍ର ରହୁଛନ୍ତି। ସୂଚନା ଅନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ମାନଙ୍କ ପାଇଁ ନାହିଁ ଛାତ୍ରବାସ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏଠାରେ ଆବଶ୍ୟକ ଭିତ୍ତିଭୂମୀର ଅଭାବ ରହିଛି. ଛାତ୍ରମାନେ ଦୟନୀୟ ଅବସ୍ଥାରେ ବର୍ଷ ବର୍ଷ ଧରି ସମସ୍ୟା ଦେଇ ଗତି କରୁଛନ୍ତି। ଛାତ୍ରମାନେ ଶୀତ କାକରରେ ଛାତ୍ରାବାସର ନିଜସ୍ବ ଗୃହ ନଥିବାରୁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ କକ୍ଷରେ ରାତ୍ରୀଯାପନ କରୁଛନ୍ତି। ପ୍ରବଳ ଜାଡ ଓ ଥଣ୍ଡାରେ ବିନା ଖଟ, ଗଦିରେ ଚଟାଣ ଉପରେ ଛପା ପାରି ଶୋଇବାବାକୁ ବାଧ୍ୟ ହେଉଛନ୍ତି। ସରକାର ଛାତ୍ରଙ୍କ ପାଇଁ ଖଟ ଦେଇଛନ୍ତି ସତ କିନ୍ତୁ ୪୦ ପିଲାଙ୍କ ପାଇଁ ୨୦ଟି ଖଟ ଗୋଦାମ ଗୃହରେ ପଡି ଖତ ଖାଉଛି ବାକି ୨୦ଟି ଖଟ କୁଆଡ଼େ ଅଦୃଶ୍ୟ ହୋଇଛି ବୋଲି ଜଣାପଡିଛି। ସେହିପରି ଗୋଦାମ ଗୃହରେ ଚାଉଳ,ଖଟ,ଗଦି,ଗ୍ରାଇଣ୍ଡର, ଓ୍ବାସିଙ୍ଗ ମେସିନ,ଟିଭି ସହ ଛାତ୍ରାବାସ ଅଧ୍ୟକ୍ଷଙ୍କ ରହଣି ସ୍ଥାନ ପାଲଟିଛି।ସ୍କୁଲ ଆରମ୍ଭ ହେଲେ ଯଦି କୌଣସି ଅନ୍ତେବାସିଙ୍କ ଦେହ ଖରାପ ହୁଏ ଗୋଦାମ ଘର ହିଁ ସାହାଭରଷା ହୋଇଛି. କାରଣ ନିଜସ୍ବ କୋଠା ନଥିବାରୁ ଛାତ୍ରଙ୍କୁ ରହିବା ପାଇଁ ସ୍ଥାନ ନାହିଁ। ବିଦ୍ୟାଳୟରେ ଭଲ ରୋଷେଇ ଘର ନଥିବା ବେଳେ ଝାଟି ମାଟି ଘରେ ପିଲାଙ୍କ ପାଇଁ ରୋଷେଇ ପ୍ରସ୍ତୁତ କରିବା ସହ ଖୋଲା ପଡ଼ିଆରେ ଖାଇବାକୁ ପଡୁଛି. ଏଭଳି ଅବ୍ୟବସ୍ଥା ମଧ୍ୟରେ 40 ଜଣ ଛାତ୍ର କୁଜାସିଂ ପ୍ରାଥମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ଶୀତ କାକରରେ ସଢ଼ି ଅସରନ୍ତି ଦୁଃଖ ଯନ୍ତ୍ରଣା ପାଉଛନ୍ତି. ଜିଲ୍ଲା ପ୍ରଶାସନ ଘଟଣା ନେଇ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ