ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୨ବ୍ୟାଚ ବନ୍ଧୁମିଳନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସହପାଠୀ ବା ସାଥୀହିଁ ଜୀବନ ଯାତ୍ରାର ପଥିକ। ଆଶା ଓ ବିଶ୍ୱାସର ଅଲିଭା ପ୍ରତୀକ। ବିପଦ ସମୟରେ ପ୍ରକୃତ ସାଥୀଟିଏ ହିଁ କେବଳ ପାଖରେ ଛିଡା ହୋଇ ସାହସ, ଆଶା ଭରସା ଓ ଆଶ୍ୱାସନା ଦେଇଥାଏ। ଆତ୍ମୀୟତା ଏବଂ ଆପଣାର ହେବା ଭାବ ହେଉଛି ପ୍ରକୃତ ମିତ୍ରତା। ଏହି ମିତ୍ରତା ଭାବକୁ ଦୃଢରୁ ଦୃଢତ୍ତର କରିବା ପାଇଁ ପ୍ରତିବର୍ଷ ଲାଲବାହାଦୁର ଉଚ୍ଚଶିକ୍ଷାଶ୍ରମ ସହପାଠୀ ମାନଙ୍କର ୧୯୮୨ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଆସୁଅଛି। ଚଳିତ ବର୍ଷ ଏହି ଉତ୍ସବ ଶ୍ରୀକ୍ଷେତ୍ର ଓଡିଶା ଭବନରେ ଅନୁଷ୍ଠିତ ହୋଇଯାଇଛି। ବନ୍ଧୁ ମିଳନ ପର୍ବରେ ସହପାଠୀ ମାନେ ସପରିବାର ଯୋଗଦେଇଥିଲେ। ସହପାଠୀ ଇଞ୍ଜିନିୟର ତନୁଜ କିଶୋର ରାଉତଙ୍କ ସଭାପତିତ୍ୱରେ ଉତ୍ସବ ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ବାବାଜି ଚରଣ ମହାନ୍ତି ବେଦମନ୍ତ୍ର ପାଠ କରିବା ପରେ ଦିବଙ୍ଗତ ଗୁରୁଜୀ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରମୋଦ କୁମାର ସ୍ୱାଇଁ ସମସ୍ତ ସହପାଠୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଉତ୍ସବରେ ଉପସ୍ଥିତ ସହପାଠୀ ଓ ସହପାଠିନୀ ମାନେ ନିଜନିଜ ବିଦ୍ୟାଳୟ ସମୟର ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ । ବାବାଜି ମହାନ୍ତି ସ୍ୱରଚିତ କବିତା ପାଠ କରିଥିଲେ । ସାଥି ମାନଙ୍କ ମଧ୍ୟରେ ନିର୍ମଳ କୁମାର ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ରଞ୍ଜନ ନାୟକ, ରମେଶ ବେହୁରା, ରଞ୍ଜନ ଗ୍ରହାଚାର୍ଯ୍ୟ, ଦିବାକର, କେଳୁଚରଣ, ରବିନ୍ଦ୍ର, ରାଜଶ୍ରୀ, କଲ୍ୟାଣୀ ବାଳା, ମନ୍ଦାକିନୀ, ମଞ୍ଜୁଳା ଓ ଶୋଭା ଆଦି ୫୦ ଜଣ ଅଂଶ ଗ୍ରହଣ କରିଥିଲେ । ଅହମଦାବାଦ୍ରୁ ଆସିିଥିବା ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।


