ଇଞ୍ଚୋଳରେ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ

ହାଟଡିହି (ଓ୍ବାଇଏନଏସ) : ଇଞ୍ଚୋଳରେ ବିଜେଡିର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମୀ ସମିଳନୀରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ଵାଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ରାଜ୍ୟ ଛାତ୍ର ବିଜେଡି ଉପ ସଭାପତି ଅମରେନ୍ଦ୍ର  ଧଳ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ସରପଞ୍ଚ ସସ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ। ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ କର୍ମୀ ସମିଳନୀ କରାଯାଇ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବା ଉପରେ ବିଜେଡି ନେତୃବୃନ୍ଦ  ବକ୍ତବ୍ୟ ରଖିଥିଲେ।ଜିଲ୍ଲା ବିଜେଡି ଉପସଭାପତି ବିକ୍ରମ କେଶରୀ ବିଶ୍ଵାଳ, କିଶୋର ଜେନା, ସାଧାରଣ ସମ୍ପାଦକ ସୁଶୀଲ ହୋତା,  ଶତ୍ରୁଘ୍ନ ପାତ୍ର, ଓ ସମ୍ପାଦକ ବୀରେନ୍ଦ୍ର କୁମାର ବିଶ୍ଵାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।  ପୂର୍ବତନ ନାୟବ ସରପଞ୍ଚ ବିଜୟ ମହାପାତ୍ର, ପ୍ରକାଶ ସୁଆର, ପ୍ରମୋଦ ନାୟକ, ରଙ୍ଗାଧର ମଲ୍ଲିକ, ଚିତ୍ତରଞ୍ଜନ ନାୟକ, ସୁବାସ ମହାପତ୍ର, ଅନନ୍ତ ଗୋପାଳ ପଣ୍ଡା, ଈଶ୍ୱର ଚନ୍ଦ୍ର ରାଉତ, ଅକ୍ଷୟ ସ୍ୱାଇଁ, ହରେକୃଷ୍ଣ ନାୟକ, ପ୍ରଫୁଲ୍ଲ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପାଞ୍ଚ ଶହରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ